ମୋଦୀ ସରକାରଙ୍କୁ ୯ବର୍ଷ: ୯ବର୍ଷରେ ୯ଟି ବଡ଼ ଫଇସଲା

529

କନକ ବ୍ୟୁରୋ: ମେ ୨୬ ତାରିଖ । ଠିକ ଆଜି ଦିନରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ନେଇଥିଲେ ନରେନ୍ଦ୍ର ମୋଦୀ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ବିପୁଳ ବହୁମତ ସହ ବିଜେପି ସରକାର ଗଠନ କରିବା ସହ ପ୍ରଧାନମନ୍ତ୍ରୀ ହୋଇଥିଲେ ମୋଦୀ । ଚଳିତବର୍ଷ ମୋଦୀ ସରକାର କାର୍ଯ୍ୟକାଳକୁ ପୂରିଛି ୯ବର୍ଷ । ଆସନ୍ତୁ ଦେଖିବା ୯ବର୍ଷର କାର୍ଯ୍ୟକାଳରେ ମୋଦୀଙ୍କ ୯ଟି ବଡ଼ ଫଇସଲା କଣ ରହିଥିଲା ?

ଡିଜିଟାଲ ଇଣ୍ଡିଆ
୨୦୧୫ରେ ଡିଜିଟାଲ ଇଣ୍ଡିଆର ଶୁଭାରମ୍ଭ ହୋଇଥିଲ । ଦେଶକୁ ବୈଷୟିକ କ୍ଷେତ୍ରରେ ଅଧିକରୁ ଅଧିକ ମଜବୁତ କରିବା ପାଇଁ ସମଗ୍ର ଦେଶରେ ଡିଜିଟାଲ ଇଣ୍ଡିଆର ଶୁଭାରମ୍ଭ ହୋଇଥିଲା ।

ବିମୁଦ୍ରାକରଣ
୨୦୧୬ ନଭେମ୍ବର ୮ । ମୋଦି ସରକାର ଦେଶରେ ବିମୁଦ୍ରାକରଣ ବ୍ୟବସ୍ଥା ଆଣିଥିଲେ । କଳାଧନକୁ ରୋକିବା ପାଇଁ ୫ଶହ ଓ ଏକ ହଜାର ଟଙ୍କିଆ ନୋଟ ପ୍ରଚଳନ ବନ୍ଦ କରିଦେଇିଲେ ମୋଦୀ ସରକାର ।

ଜିଏସଟି
ଜିଏସଟି ଲାଗୁ ୨୦୧୭ ଜୁଲାଇ ୧ ତାରିଖ । ସମ୍ପୂର୍ଣ୍ଣ ଦେଶରେ ଜିଏସଟି ଲାଗୁ କରିବା ଉଦେଶ୍ୟରେ ଏକକ ଜିଏସଟି ଲାଗୁ ହୋଇଥିଲା । ଦେଶରେ ଗୋଟି ଟିକସ ପ୍ରକିୟା ଲାଗୁ କରିବାର ଏହା ମୂଲ ଲକ୍ଷ୍ୟ ରହିଥିଲା ।

ସର୍ଜିକାଲ ଷ୍ଟ୍ରାଇକ୍
ପଠାନକୋଟ୍ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇ ଭାରତ ସେନା କରିଥିଲା ସର୍ଜିକାଲଷ୍ଟ୍ରାଇକ । ୨୮ ସେପ୍ଟେମ୍ବର ୨୦୧୬ ମସିହାରେ ସାରା ବିଶ୍ୱ ଦେଖିଥିଲା କିଭଳି ପାକିସ୍ତାନରେ ପଶି ମୁହଁତୋଡ ଜବାବ ଦେଇଥିଲେ ଭାରତୀୟ ସେନା ।

ଧାରା ୩୭୦ ଉଚ୍ଛେଦ
ମୋଦୀ ସରକାର ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଭଳି ବଡ ନିଷ୍ପତି ନେଇଥିଲେ । ଏହା କେନ୍ଦ୍ର ସରକାରଙ୍କ ସବୁଠୁ ବଡ ନିଷ୍ପତି ଥିଲା । ୨୦୧୯ ଅଗଷ୍ଟ ୫ ତାରିଖରେ ଏହା ଲାଗୁ କରାଯାଇଥିଲା ।
୨୦୧୯ ଜୁଲାଇ ୩୦ ମୋଦୀ ସରକାର ତିନି ତଲାକ ବିଧେୟକ ପାରିତ କରିଥିଲେ । ଏହା ପରେ ତିନି ତଲାକ ଦେବା ଅପରାଧ ଶ୍ରେଣୀଭୁକ୍ତ ହୋଇଥିଲା ।

ବାଲାକୋଟ୍ ଏୟାରଷ୍ଟ୍ରାଇକ
୨୦୧୯ ଫେବ୍ରୁଆରୀ ୧୪ । ଜମ୍ମୁକଶ୍ମୀର ପୁଲୱାମା ସିଆରପିଏଫ କ୍ୟାମ୍ପରେ ଆତଙ୍କବାଦୀମାନେ ଆକ୍ରମଣ ଦେଶକୁ ଦୋହଲାଇଦେଇଥିଲା । ଏହାର ପ୍ରତିଶୋଧ ନେଇ ଫେବୃଆରୀ ୨୬ ତାରିଖରେ ଭାରତ ସେନା କରିଥିଲା ବାଲାକୋଟ୍ ଏୟାରଷ୍ଟ୍ରାଇକ । ଶତ୍ରୁଙ୍କୁ ଘରେ ପରି ଭାରତୀୟ ସେନା ଦେଇଥିଲା କଡ଼ା ଜବାବ

ନାଗରିକ ସଂଶୋଧନ ବିଧେୟକ
୨୦୧୯ ଡିସେମ୍ବର ୧୧ ତାରିଖ । ଲୋକସଭାରେ ନାଗରିକ ସଂଶୋଧନ ବିଧେୟକ ପାରିତ ହୋଇଥିଲା । ଏହାମାଧ୍ୟମରେ ପାକିସ୍ତାନ, ବାଙ୍ଗଲାଦେଶ ଓ ଆଫାଗନିସ୍ତାନନରୁ ଉତ୍ପୀଡିନ ପାଇଁ ପଳାୟନ କରିଥିବା ହିନ୍ଦୁ, ଇସାଇ, ବୌଦ୍ଧ ଶରଣାର୍ଥୀଙ୍କୁ ଦେଶରେ ନାଗରିକତା ମିଳିବ

କୋଭିଡ ମ୍ୟାନେଜମେଂଟ
ମହାମାରୀ କୋଭିଡର ମୁକାବିଲା ପାଇଁ ୨୦୨୦ ମାର୍ଚ୍ଚ ୨୪ ଜନତା କଫ୍ୟୁ ଘୋଷଣା କରିଥିଲେ ମୋଦୀ ସରକାର ।ସେପଠେ ଅଗ୍ରଣୀ ଦେଶଭାବେ କୋଭିଡ ଟିକାକରଣରେ ନୂଆ ରେକର୍ଡ କରିଥିଲା ଭାରତ । ସବୁଠୁ କମ ସମୟରେ ଅଧିକ ଟିକାକରଣ ଓ ଟିକା କୁଟନୀତିରେ ଭୁରି ଭୁରି ପ୍ରଂଶସା ପାଇଥିଲେ ମୋଦୀ ସରକାର ।

ଗୋଟେପଟେ ମୋଦୀ ସରକାର କାର୍ଯ୍ୟକାଳର ୯ବର୍ଷ ପୂତି ପାଳୁଥିବାବେଳେ ଅନ୍ୟପଟେ କଂଗ୍ରେସ ସାମ୍ବାଦିକ ସମ୍ମଳନୀ କରି ଟାର୍ଗେଟ କରିଛି । କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସାମ୍ବାଦିକ ସମ୍ମିଳନୀ କରି ମୋଦୀ ସରକାରଙ୍କୁ ୯ଟି ପ୍ରଶ୍ନ ପଚାରିଛନ୍ତି । ଦରଦାମ ବୃ୍ଦ୍ଧି, ବେକାରୀ ସମସ୍ୟା, ଦେଶର ଅର୍ଥବ୍ୟବସ୍ଥା, ଚାଷୀ ସମସ୍ୟା, ଗୌତମ ଆଦାନୀ ପ୍ରସଙ୍ଗ, ଦୁର୍ନୀତି, ଦେଶର ସୁରକ୍ଷା, ସୀମାବିବାଦ, କୁ ନେଇ ମୋଦୀ ସରକାରଙ୍କୁ ପ୍ରଶ୍ନ କରିଛି କଂଗ୍ରେସ

ଆସନ୍ତାବର୍ଷ ମୋଦୀ ସରକାରଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଂଜ ରହିଛି । ଗୋଟେପଟେ ଦଶବର୍ଷ ପୂର୍ତି ଓ ଅନ୍ୟପଟେ ସାଧାରଣ ନିର୍ବାଚନ ଆସୁଛି । ଭୋଟରଙ୍କ ବିଶ୍ୱାସ ଜିତି ମୋଦୀ ସରକାର ପୁଣି ଶାସନ କ୍ଷମତା ବଜାୟ ରଖିବାକୁ ଚେଷ୍ଟା କରିବେ । ଏଥିସହ ୧୦ବର୍ଷ ପୂତି ପୂର୍ବରୁ ଆଉ କିଛି ନୂଆ ଘୋଷଣା ମଧ୍ୟ କରିବା ସମ୍ଭାବନା ରହିଛି ।