ଗୋଟିଏ ପଦବୀରେ ୯ ବର୍ଷ : ଅଖଣ୍ଡ କ୍ଷମତା ପାଇଥିବା ଆଇଏଏସ୍ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି କି ଜି ମାଥିଭାଥନନ୍ ?

285

କନକ ବ୍ୟୁରୋ : ସରକାରଙ୍କ ବାବୁ ପ୍ରୀତି । ଗୋଟିଏ ପଦବିରେ ବର୍ଷ ବର୍ଷ ଧରି ରାଜ କରୁଛନ୍ତି ସରକାରୀ ବାବୁ । ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥନନ୍ । ଗତ ୯ ବର୍ଷ ହେବ ଏହି ପଦବୀରୁ ଆଉ ହଲୁ ନାହାଁନ୍ତି । ଗୋଟିଏ ବିଭାଗରେ ଜଣେ ସଚିବ ଏତେ ବର୍ଷ ଧରି କାହିଁକି ରହିଛନ୍ତି, ସେ ପ୍ରଶ୍ନର ଉଚିତ ଉତ୍ତର ଦେବ କିଏ । ନଗର ଉନ୍ନୟନ ବିଭାଗର ସଚିବ ପଦବୀରେ ଜଣେ ଅଧିକାରୀ, ଏତେ ବର୍ଷ ଧରି ରହିବାର ଅର୍ଥ, ସରକାରଙ୍କ ପାଇଁ ଅତି ପ୍ରିୟ ହୋଇଥିବେ, ଖାସ୍ ହୋଇଥିବେ ।

ଏଭଳି ସ୍ଥାନରେ ପ୍ରଶ୍ନ ଉଠୁଛି ଏହି ଅଧିକାରୀ କଣ ଏତେ ପରିବାର ଯେ, ତାଙ୍କୁ ଗୋଟିଏ ଜାଗାରେ ଏତେ ବର୍ଷ ଧରି ରଖାଯାଇଛି । ଜଣେ ଅଫିସର ଗୋଟିଏ ପଦବିରେ ଏତେ ବର୍ଷ ଧରି କାମ କରିବା ପାଇଁ ମାପକାଠି କ’ଣ ? ଅଖଣ୍ଡ କ୍ଷମତା ପାଇଥିବା କିଛି ଆଇଏଏସ୍ ଅଧିକାରୀଙ୍କ ମଧ୍ୟରେ ମାଥିଭାଥନନ୍ ନିଶ୍ଚିୟ ଥିବେ । ସେଥିପାଇଁ ତ ୯ ବର୍ଷ ହେବ ନଗର ଉନ୍ନୟନ ସଚିବ ରହି ଆସିଛନ୍ତି ଜି ମାଥିଭାଥନନ୍ । କେବଳ ନଗର ଉନ୍ନୟନ ସଚିବ ନୁହଁନ୍ତି ସଂସଦୀୟ ବ୍ୟାପାର ବିଭାଗ ସଚିବ ଭାବେ ୨୦୧୦ରୁ ଦାୟିତ୍ୱ ତୁଲାଇ ଆସୁଛନ୍ତି ମାଥିଭାଥନନ୍ ।

ସରକାରଙ୍କ ବାବୁ ପ୍ରୀତି

– ୫୭ ବର୍ଷୀୟ ଆଇଏଏସ୍ ଅଧିକାରୀ ଜି. ମାଥିଭାଥନନ୍
– ୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର୍ର ଆଇଏଏସ୍ ଅଧିକାରୀ
– ପୂର୍ବରୁ ଗଂଜାମ ଜିଲ୍ଲାପାଳ ଭାବେ ତୁଲାଇଛନ୍ତି ଦାୟିତ୍ୱ
– କିଛି ମାସ ମୁଖ୍ୟମନ୍ତ୍ରୀଙ୍କ ସଚିବ ମଧ୍ୟ ରହିଛନ୍ତି
– ୨୦୧୪, ଅଗଷ୍ଟ ମାସରୁ ନଗର ଉନ୍ନୟନ ବିଭାଗ ସଚିବ ଦାୟିତ୍ୱ ତୁଲାଉଛନ୍ତି
– ୯ ବର୍ଷ ଧରି ଗୋଟିଏ ପଦବିରେ ରହିଛନ୍ତି ମାଥିଭାଥନନ୍
– ୯ ବର୍ଷ ଭିତରେ ଚାରି ଜଣ କ୍ୟାବିନେଟ୍ ମନ୍ତ୍ରୀ ବଦଳି ସାରିଲେଣି
– ମାତ୍ର ବାବୁ ସେହି ପଦବିରେ ରହିଛନ୍ତି
– ସହରାଂଚଳ ଉନ୍ନତିରେ ବାବୁଙ୍କ କାର୍ଯ୍ୟ ନେଇ ପ୍ରଶ୍ନ
– ଏତେ ବର୍ଷରେ ନଗର ଉନ୍ନୟନ କ୍ଷେତ୍ରରେ ଆଖି ଦୃଷ୍ଟିଆ କାମ ହୋଇ ନଥିବା ଅଭିଯୋଗ

ରାଜ୍ୟ ସରକାରଙ୍କ ଅଧିନରେ, ଏମିତି କେତେ ଜଣ ଆଇଏଏସ ଅଧିକାରୀ ଅଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ଅଛନ୍ତି । ପ୍ରମୁଖ ବିଭାଗଗୁଡିକର ସଚିବ ପଦରେ ଅଛନ୍ତି । କିନ୍ତୁ ବର୍ଷ ବର୍ଷ ରହିବା ପରେ ବି ସେମାନଙ୍କର ବଦଳି ହେଉନାହିଁ । ଜି. ମାଥିଭାଥନନ୍- ସଂସଦୀୟ ବ୍ୟାପାର ବିଭାଗ ସଚିବ- ୨୦୧୦ରୁ ଆଜିଯାଏ (୧୩ ବର୍ଷ), ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ- ୨୦୧୪ରୁ ଆଜିଯାଏ (୯ ବର୍ଷ) ।