କୋରାପୁଟ ସହରର ଗାନ୍ଧୀନଗରରେ ଅଭାବନୀୟ ଘଟଣା : କାନ୍ଥପଡ଼ି ୯ ବର୍ଷର ବାଳକର ମୃତ୍ୟୁ

56

କନକ ବ୍ୟୁରୋ : କୋରାପୁଟ ସହରର ଗାନ୍ଧୀନଗରରେ ଅଭାବନୀୟ ଘଟଣା ପିଏଚଡ଼ି କଲୋନୀରେ କାନ୍ଥପଡ଼ି ୯ ବର୍ଷର ବାଳକର ମୃତ୍ୟୁ ହୋଇଛି । ଅଗ୍ନିଶମ ବାହିନୀ ପକ୍ଷରୁ ତାଙ୍କୁ ମାଟି ତଳୁ ଉଦ୍ଧାର କରାଯାଇଛି । ଆଜି ସକାଳୁ ଗାଧୁଆ ଘରକୁ ଯାଇଥିବା ବେଳେ କାନ୍ଥ ଭୁଷୁଡ଼ି ତାଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବା ବେଳେ କାନ୍ଥ ପାଣି ଭିଜି ଭୁଷୁଡ଼ି ପଡ଼ିଥିବା ଜଣାପଡ଼ିଛି । ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।