ବ୍ରହ୍ମଗିରିରେ ଲଜ୍ଜା : ୯ ବର୍ଷର ମାନସିକ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଚକୋଲେଟ ଦେଇ ଦୁଷ୍କର୍ମ କଲେ ୫୫ବର୍ଷୀୟ ବୃଦ୍ଧ

Advertisment
ବ୍ରହ୍ମଗିରିରେ ଲଜ୍ଜା : ୯ ବର୍ଷର ମାନସିକ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଚକୋଲେଟ ଦେଇ ଦୁଷ୍କର୍ମ କଲେ ୫୫ବର୍ଷୀୟ ବୃଦ୍ଧ

source : DNA India

କନକ ବ୍ୟୁରୋ : ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଲଜ୍ଜା । ଜଣେ ୯ ବର୍ଷର ମାନସିକ ଭିନ୍ନକ୍ଷମ ନାବାଳିକାକୁ ୫୫ବର୍ଷ ବୟସ୍କ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ବ୍ରହ୍ମଗିରି ଥାନାରେ ଏତଲା ହୋଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ନାବାଳିକାକୁ ଚକୋଲେଟ ଦେବାର ପ୍ରଲୋଭନ ଦେଖାଇ ବୃଦ୍ଧ ଜଣକ ଗାଁ ନିକଟ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ବ୍ରହ୍ମଗିରି ଥାନା ଆଇଆଇସି ପ୍ରଭାତ କୁମାର ମଲ୍ଲିକଙ୍କ ସୂଚନା ଅନୁଯାୟୀ ଗତକାଲି ମଧ୍ୟାହ୍ନରେ ବ୍ରହ୍ମଗିରି ଥାନା ଅଞ୍ଚଳର ଏହି ୯ ବର୍ଷର ମାନସିକ ଅନଗ୍ରସର ନାବାଳିକାକୁ ଦୁଷ୍କର୍ମ କରାଯାଇଥିଲା। ପୀଡ଼ିତା ଗାଁରେ ଭଡ଼ାରେ ରହୁଥିବା ଧନୁର୍ଦ୍ଧର ପଲେଇ (୫୫) ନାମକ ଜଣେ ବ୍ୟକ୍ତି ସୋମବାର ମଧ୍ୟାହ୍ନରେ ମେସିନ ଯୋଗେ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଧାନ ଅମଳ କରୁଥିଲେ। ଏହି ସମୟରେ ନାବାଳିକା ରୋଜି (ଛଦ୍ମନାମ) ବାରମ୍ବାର ମେସିନରେ ଲାଗିବାରୁ ଅଘଟଣ ଆଶଙ୍କା କରି ତାକୁ ନେଇ ତାଙ୍କ ଘରେ ଛାଡି ଦେବାକୁ ଧାନ ଅମଳ କରୁଥିବା ବ୍ୟକ୍ତିଙ୍କ ପରିବାର ଲୋକେ କହିଥିଲେ। ଧନୁର୍ଦ୍ଧର ସାଙ୍ଗରେ ରୋଜିକୁ ନେଇ ଘରେ ଛାଡିବାକୁ ଯିବା ସମୟରେ ଚକୋଲେଟ ଓ କିଛି ଖୁଚୁରା ପଇସା ଦେବାର ପ୍ରଲୋଭନ ଦେଖାଇ ଗାଁ ନିକଟସ୍ଥ ଏକ ଜଙ୍ଗଲକୁ ନେଇ ଯାଇଥିଲା ଏବଂ ଏକ ବୁଦା ମୂଳେ ରୋଜିକୁ ଦୁର୍ଷ୍କମ କରିଥିଲା। ଚିତ୍କାର ଶୁଣି ଶୌଚ ହେବାକୁ ଯାଇଥିବା ଅନ୍ୟ ଜଣେ ନାବାଳିକା ଚାଲି ଆସିବାରୁ ଘଟଣାସ୍ଥଳରୁ ଅଭିଯୁକ୍ତ ଧନୁର୍ଦ୍ଧର ଦୌଡ଼ି ପଳାଇଥିଲା। ଘଟଣା ସଂପର୍କରେ ରୋଜିର ବାପା ଆଜି ବ୍ରହ୍ମଗିରି ଥାନାକୁ ଆସି ଅଭିଯୋଗ କରିଥିଲେ। ପୀଡ଼ିତା ବାପାଙ୍କଠାରୁ ଅଭିଯୋଗ ପାଇବା ପରେ ପୁଲିସ ତତକ୍ଷଣାତ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାର ପୂରା ତଦନ୍ତ ପରେ ମାମଲା ରୁଜୁ ହେବା ସହିତ ଆସନ୍ତାକାଲି ପୀଡ଼ିତା ଝିଅର ଡାକ୍ତରୀ ମାଇନା କରାଯିବ ଏବଂ ଅଭିଯୁକ୍ତକୁ ଶିଘ୍ର ଗିରଫ କରାଯିବ ବୋଲି ବ୍ରହ୍ମଗିରି ଥାନା ଆଇଆଇସି ଶ୍ରୀ ମଲ୍ଲିକ କହିଛନ୍ତି। ମିଳିଥିବା ଖବର ଅନୁଯାୟୀ ଆଜି ସଂଧ୍ୟାରେ ପୀଡ଼ିତା ବାଳିକା ଓ ତାଙ୍କ ବାପା ବ୍ରହ୍ମଗିରି ଥାନାରେ ରହିଥିବା ବେଳେ ଥାନା ଆଇଆଇସିଙ୍କ ସହିତ ପୁଲିସର ଏକ ୮ ଜଣିଆ ଟିମ୍ ଘଟଣାସ୍ଥଳକୁ ଯାଇଛି। ତୁରନ୍ତ ଅଭିଯୁକ୍ତକୁ ଗିରଫ ସହିତ ତା’ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe