କନକ ବ୍ୟୁରୋ : ସାଂସାରିକ ମୋହ ଛାଡି ସନ୍ନ୍ୟାସୀ ହେବା ଆଜିର ଦିନରେ କ୍ୱଚିତ୍ ହିଁ ଦେଖିବାକୁ ମିଳେ । ସବୁ ମୋହ, ମାୟା ତୁଟାଇ ବୈରାଗୀ ହେବା କିଛି ସହଜ କଥା ନୁହେଁ । ହେଲେ ଏଭଳି କିଛି ପଦକ୍ଷେପ ନେଇଛନ୍ତି ଗୁଜରାଟର ୯ ବର୍ଷୟର ଝିଅ ଦେବାଂଶୀ ସଂଘବୀ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦେବାଂଶୀ ଗୁଜରାଟର ଜଣେ ହୀରା ବ୍ୟବସାୟୀଙ୍କ ଅଲିଅଳୀ ଝିଅ । ଦେବାଂଶୀ ଅରବପତି ବ୍ୟବସାୟୀ ଧନେଶ ସଂଘବୀଙ୍କ ବଡ ଝିଅ । ସାଂସାରିକ ମୋହମାୟା ତ୍ୟାଗକରୀ ଏତେ କୁନି ବୟସରେ ସନ୍ନ୍ୟାସିନୀ ହୋଇଛନ୍ତି ଦେବାଂଶୀ ।

Advertisment

publive-image

ସୁରଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶତାଧିକ ଲୋକଙ୍କ ଉପସ୍ଥିତିରେ ଜୈନ୍ୟ ଆଚାର୍ଯ୍ୟ ବିଜୟ କ୍ରିତିୟଶସୁରୀଙ୍କ ଠାରୁ ଦିକ୍ଷା ଗ୍ରହଣ କରିଛନ୍ତି । ଏବେ ଠାରୁ ଜଣେ ଜୈନ ଭିକ୍ଷୁ ଭାବେ ଜୀବନ ବିତାଇବେ ଦେବାଂଶୀ । ଦେବାଂଶୀଙ୍କ ବାପା ହେଉଛନ୍ତି ସଂଘବୀ ଆଣ୍ଡ ସନ୍ସ କମ୍ପାନୀର ମାଲିକ । ଏହି କମ୍ପାନୀ ଗୁଜରାଟର ଏକ ପ୍ରମୁଖ ହୀରା ପଲିସ୍ ଓ ରପ୍ତାନୀ କମ୍ପାନୀ । ବିପୁଳ ସମ୍ପତି ଥିଲେ ସୁଦ୍ଧା ଏତେ କମ୍ ବୟସରେ ବୈରାଗୀ ହୋଇଯାଇଛନ୍ତି ଦେବାଂଶୀ । ଭୌତିକ ଆନନ୍ଦକୁ ତୁଚ୍ଛ କରି ସେ ହୋଇଛନ୍ତି ଜଣୈ ଜୈନ ଭିକ୍ଷୁ ।

ହୀରା ବ୍ୟବସାୟୀଙ୍କ ଝିଅ ସନ୍ନ୍ୟାସିନୀ

- କୋଟିପତି ବ୍ୟବସାୟୀଙ୍କ ଝିଅ ବୈରାଗୀ
- ସାଂସାରିକ ମୋହ ତ୍ୟାଗ କରି ହେଲେ ଜୈନ ଭିକ୍ଷୁ
- ହୀରା ବ୍ୟବସାୟୀଙ୍କ ୯ ବର୍ଷର ଝିଅ ହେଲେ ସନ୍ନ୍ୟାସିନୀ
- ଗୁଜରାଟର ପ୍ରତିଷ୍ଠିତ ହୀରା ବ୍ୟବସାୟୀ ଧନେଶ ସଂଘବୀ
- ସଂଘବୀ ଆଣ୍ଡ ସନ୍ସ କମ୍ପାନୀର ମାଲିକଙ୍କ ଝିଅ ଦେବାଂଶୀ
- ଧନ ସମ୍ପତ୍ତି ଥାଇ ବି ଭୌତିକ ଆନନ୍ଦକୁ ତ୍ୟାଗ
- ଧାର୍ମିକ ଜୀବନ ଆପଣାଇବା ପାଇଁ ପୂର୍ବରୁ ଥିଲେ ପ୍ରସ୍ତୁତ
- ଦିକ୍ଷା ନେବା ପୂର୍ବରୁ ଜୈନ ସନ୍ନ୍ୟାସିନୀଙ୍କ ସହ ବିତାଇଥିଲେ ସମୟ
- ମାସ ମାସ ଧରି ଜୈନ ଭିକ୍ଷୁଙ୍କ ସହ କରିଥିଲେ ଯାତ୍ରା
- ଚାଲି ଚାଲି ୭୦୦ କି.ମି. ଯାତ୍ରା କରିଛନ୍ତି ଦେବାଂଶୀ
- ଜୈନ ଭିକ୍ଷୁଙ୍କ ସହ ରହି ତାଙ୍କ ଜୀବନଶୈଳୀ ଆପଣାଇଛନ୍ତି
- ୫ଟି ଭାଷା ଜାଣିଛନ୍ତି ଦେବାଂଶୀ