କନକ ବ୍ୟୁରୋ: କୁନି ପାଟିରୁ କୁହୁକ ମନ୍ତ୍ର । କମ ବୟସରେ ମୁହଁରେ ସଂସ୍କୃତ ଶ୍ଲୋକ ଗାଇ କିମିଆ କରୁଛନ୍ତି ଏ ବିସ୍ମୟ ବାଳକ । ଖାଲି ଜଗନ୍ନାଥ ଜଣାଣ ନୁହେଁ ବରଂ ଛାନ୍ଦ, ଚମ୍ପୁ, ଚଉପଦୀ ବିଭିନ୍ନ ଭଜନକୁ ଅତି ଚମକ୍ରାର ଭାବେ ଗାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି ନୟାଗଡ ଅରବିନ୍ଦ ନଗରର ୯ ବର୍ଷର ବାଳକ ଅୟସକାନ୍ତ ମହାପାତ୍ର ।
ତେବେ ତାଙ୍କ ଜେଜେ ଅବସରପ୍ରାପ୍ତ ଓଡିଆ ଅଧ୍ୟାପକ ହୋଇଥିବାରୁ ତାଙ୍କ ଠାରୁ ବିଭିନ୍ନ ବହି ଲୁଚାଇ ଆଣି ପଢାପଢା କରନ୍ତି ଅୟସକାନ୍ତ । ଆଉ ନାତିର ଏ ଆଗ୍ରହ ଦେଖି ତାକୁ ସବୁ ଶିଖାଇଥିଲେ ଜେଜେ । ତେବେ ରୀତି ଯୁଗୀୟ କବିଙ୍କ ଅନେକ ଗୀତ, କବିତା ମଧ୍ୟ ମୁଖସ୍ତ କରିଛନ୍ତି କୁନି ପୁଅ ଅୟସକାନ୍ତ ।
ପୁଅର ଏମିତି ମନେ ରଖିବାର ଶକ୍ତି ଆଉ ଜାଣିବାର ମନବୃତି ଦେଖି ପରିବାରର ସମସ୍ତେ ବେଶ ଖୁସି ଅଛନ୍ତି ଆଉ ଅୟସକାନ୍ତ ଏଭଳି ପ୍ରତିଭା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଶୁଣନ୍ତୁ କୁନି ପୁଅର ପ୍ରତିଭାକୁ...