ଗଣତନ୍ତ୍ର ମହାପର୍ବରେ ସାମିଲ ହେବାକୁ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ସକାଳ ୯ଟା ସୁଦ୍ଧା ରାଜ୍ୟରେ ୯ ପ୍ରତିଶତ ମତଦାନ

Advertisment
ଗଣତନ୍ତ୍ର ମହାପର୍ବରେ ସାମିଲ ହେବାକୁ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ସକାଳ ୯ଟା ସୁଦ୍ଧା ରାଜ୍ୟରେ ୯ ପ୍ରତିଶତ ମତଦାନ

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟରେ ୬ ଲୋକସଭା ଓ ୪୧ ବିଧାନସଭା ଆସନ ପାଇଁ ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ । ସକାଳୁ ସକାଳୁ ଭୋଟ ଦେବା ପାଇଁ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସକାଳ ୯ଟା ସୁଦ୍ଧା ରାଜ୍ୟରେ ମୋଟ ୯ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କିଛି ସ୍ଥାନରେ ଇଭିଏମରେ ତ୍ରୁଟି ଯୋଗୁଁ ଭୋଟଦାନ ବିଳମ୍ବିତ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ଭୋଟ ବର୍ଜନ କରିଛନ୍ତି ଭୋଟର ।

ରାଜ୍ୟରେ ମୋଟ ୯ ପ୍ରତିଶତ ମତଦାନ ହୋଇଛି । ୬ଟି ଲୋକସଭା ମଧ୍ୟରୁ ମୟୂରଭଞ୍ଜରେ ୬.୬୧%, ବାଲେଶ୍ୱରରେ ୧୧.୬୫%, ଭଦ୍ରକରେ ୧୨.୩୩%, ଯାଜପୁରରେ ୭.୦୫ %, କେନ୍ଦ୍ରାପଡାରେ ୭.୮୮% ଓ ଜଗତସିଂହପୁରରେ ୮.୦୫ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।

ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଦେଇଥିବା ସୂଚନା ଅନୁସାରେ ଏହି ପର୍ଯ୍ୟାୟରେ ୧୦ ହଜାର ୭୯୨ଟି ବୁଥରେ ମତଗ୍ରହଣ କରାଯିବ,ଯେଉଁଥିରେ ୯୫ ଲକ୍ଷ ୬୫୩ଜଣ ଭୋଟର ମତାଧିକାର ସାବ୍ୟସ୍ତ କରି ୩୮୮ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସେମାନଙ୍କର ପ୍ରତିନିଧି ବାଛିବେ। ମତଦାତାଙ୍କ ମଧ୍ୟରେ ୪୯ ଲକ୍ଷ ୧ ହଜାର ୭୯ ଜଣ ପୁରୁଷ ଭୋଟର ଅଛନ୍ତି ଓ ୪୫ ଲକ୍ଷ ୯୮ ହଜାର ୯୭୯ ଜଣ ମହିଳା ଏବଂ ୫୯୫ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୩ ହଜାର ୯୨ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe