କନକ ବ୍ୟୁରୋ: ଛତିଶଗଡ଼ ଦାନ୍ତେୱାଡ଼ାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ଏନଏମଡ଼ିସି ଖଣି ଅଂଚଳକୁ ଘେରିଲେ ଶତାଧିକ ମାଓବାଦୀ । ଟିପର ହାଇୱା ଭଳି ୯ଟି ଗାଡ଼ିରେ ନିଆଁ ଲଗାଇଛନ୍ତି ମାଓବାଦୀ । ନାରାୟଣପୁର ଠାରେ ରାସ୍ତା କାମକୁ ବିରୋଧ କରି ୩ଟି ଟ୍ରାକ୍ଟର, ଗୋଟିଏ ଜେସିବି ପୋଡ଼ିଲେ ମାଓବାଦୀ ।
ଛତିଶଗଡ଼ ଦାନ୍ତେୱାଡ଼ାରେ ରାସ୍ତା ନିର୍ମାଣରେ ବ୍ୟବହାର କରାଯାଉଥିବା ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ମାଓବାଦୀ । ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ରାସ୍ତା ନିର୍ମାଣ କରାଯାଉଥିବାବେଳେ ଏହାକୁ ମାଓବାଦୀମାନେ ବିରୋଧ କରି ଟିପର ହାଇୱା ଭଳି ୯ଟି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ଲାଲବାହିନୀ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।
Follow Us