ବର୍ତ୍ତି ନାହାନ୍ତି ବେପରୁଆ ଗାଡ଼ି ଚାଳକ । ମନ୍ତ୍ରୀ କହିଲେ, ଦୁଇ ବର୍ଷରେ ବାତିଲ ହୋଇଛି ୯ ହଜାର ୧୦ ଡ୍ରାଇଭିଂ ଲାଇସେନ୍ସ ।

501

କନକ ବ୍ୟୁରୋ: ବର୍ତ୍ତି ନାହାନ୍ତି ବେପରୁଆ ଗାଡ଼ି ଚାଳକ । ଗତ ଦୁଇ ବର୍ଷରେ ବେପରୁଆ ଭାବେ ଗାଡ଼ି ଚଳାଇ ଦୁର୍ଘଟଣା ଘଟାଇଥିବା ୯ ହାଜର ୦୧୦ ଗାଡ଼ି ଚାଳକଙ୍କ ଡିଏଲ୍ ବାତିଲ କରାଯାଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଧର୍ମଗଡ଼ ବିଧାୟକ ମୌଷଧୀ ବାଗ୍ ବିଭାଗୀୟ ମନ୍ତ୍ରୀଙ୍କୁ ବେପରୁଆ ଗାଡ଼ି ଚାଳନା କରି ଦୁର୍ଘଟଣା ଘଟାଇଥିବା କେତେ ଜଣ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି ସେନେଇ ପ୍ରଶ୍ନ କରିଥିଲେ । ଏହାର ଲିଖିତ ଉତ୍ତର ରଖିଛନ୍ତି ମନ୍ତ୍ରୀ ।

ମନ୍ତ୍ରୀଙ୍କ କହିବା ମୁତାବକ, ୨୦୧୮ରେ ବେପରୁଆ ଗାଡ଼ି ଚାଳନା କରି ଦୁର୍ଘଟଣା ଘଟାଇ ଥିବା ୫ ହଜାର ୧୨୧ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଥିବାବେଳେ ୨୦୧୯ ଅକ୍ଟୋବର ମାସ ଶେଷ ସୁଦ୍ଧା ୩ ହଜାର ୮୮୯ ଜଣ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ କରିବା ପାଇଁ ପଦକ୍ଷେ ନିଆଯାଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ।