କନକ ବ୍ୟୁରୋ : ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାରପିଟ୍ ଘଟଣାରେ ୯ ଜଣଙ୍କୁ ଗିରଫ କରିଛି ପୋଲିସ । ବାଣପୁର ବ୍ଲକ ପରିସରରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାଡ ମାରିଥିଲେ ଅଭିଯୁକ୍ତ । ବିଭିନ୍ନ ସ୍ଥାନରେ ଚଢାଉ କରି ୯ ଜଣଙ୍କୁ ଧରିଛି ସ୍ୱତନ୍ତ୍ର ସ୍କ୍ୱାର୍ଡ । ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୋଲିସ ଟିମର ଖାନତଲାସୀ ଜାରି ରହିଛି । ୯ ଜଣ ଅଭିଯୁକ୍ତଙ୍କୁ ନୀଳାଦ୍ରୀପ୍ରସାଦର ପୁରୁଣା ବଙ୍କଡାଗଡରୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ପକ୍ଷରୁ ଚଢାଉ ଜାରି ରହିଛି ।
ଗତ ୧୨ ତାରିଖରେ ବାଣପୁର ବ୍ଲକ ନିକଟରେ ଲୋକଙ୍କ ଉପରେ ଚିଲିକା ବିଧାୟକ ଗାଡି ମଡାଇଦେବାକୁ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଆଉ ଏଥିପାଇଁ ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ନିର୍ଦ୍ଧୁମ ମାଡ ମାରିଥିଲେ । ବିଧାୟକଙ୍କୁ ରକ୍ତାକ୍ତ ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା । ବିଧାୟକଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ଆଉ ମେଡିକାଲରୁ ଡିସଚାର୍ଜ ହେବା ପରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛି ପୋଲିସ ।