ଆରପାରିକୁ ଚାଲିଗଲେ ସିନା ୯ ଜଣଙ୍କୁ ବଂଚାଇ ଦେଇଗଲେ ! ଏହି ୧୮ ବର୍ଷୀୟ ପୁଅଟି ପାଇଁ ବଂଚିଗଲା ୯ ଜୀବନ

Advertisment
ଆରପାରିକୁ ଚାଲିଗଲେ ସିନା ୯ ଜଣଙ୍କୁ ବଂଚାଇ ଦେଇଗଲେ ! ଏହି ୧୮ ବର୍ଷୀୟ ପୁଅଟି ପାଇଁ ବଂଚିଗଲା ୯ ଜୀବନ

କୋଏମ୍ବାଟୁରର ଜଣେ କଲେଜ ଛାତ୍ର ୯ ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି। ୧୮ ବର୍ଷୀୟ ବି ରାମକୁମାର ଗତ ୮ ତାରିଖରେ ମୋଟର ସାଇକେଲ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତେବେ ତାଙ୍କୁ ପ୍ରଥମେ ସରକାରୀ ଡାକ୍ତରଖାନା ନିଆଯାଇଥିଲା ଏବଂ ପରେ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ କେଏମସିଏଚ୍ (କୋଭାଇ ମେଡିକାଲ ସେଣ୍ଟର ଆଣ୍ଡ୍ ହସ୍ପିଟାଲ୍)କୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତରମାନେ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ। ଏହାପରେ ରାମକୁମାରଙ୍କ ବାପା ବାଲସୁବ୍ରମଣି ଏବଂ ମା’ ସୁପ୍ରିୟା ପୁଅର ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗଗୁଡ଼ିକୁ ଦାନ କରିବାକୁ ଚାହିଥିଲେ।

publive-image

ଏହାପରେ ରାମକୁମାରଙ୍କ ହୃଦୟ, ଫୁସଫୁସ୍, ଯକୃତ,କିଡନି, ଆଖି, ଚର୍ମ ଏବଂ ହାଡ଼କୁ ୯ ଜଣଙ୍କଠାରେ ପ୍ରତିରୋପଣ କରାଯାଇଥିଲା। ସମସ୍ତଙ୍କଠାରେ ଏହାର ପ୍ରତିରୋପଣ ସଫଳ ହୋଇଛି। ରାମକୁମାର ୯ ଜଣଙ୍କୁ ନୂଆ ଜୀବନ ଦେଇଥିବାରୁ ତାଙ୍କ ବାପା ମା’ ଖୁବ୍ ଗର୍ବ ଅନୁଭବ କରିଛନ୍ତି। ରାମକୁମାରଙ୍କ ବାପା ମା’ ପୁଅକୁ ହରାଇଦେବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ ମଧ୍ୟ ପୁଅ ପାଇଁ ୯ ଜଣଙ୍କ ଜୀବନ ବଞ୍ଚିଯାଇଥିବାରୁ ଖୁବ୍ ଖୁସି ମଧ୍ୟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe