ଜୀବନ ନେଇଗଲା ନାଲିପାଣି ନିଶା: କରୋନା କଟକଣାରେ ମଦ ନମିଳିବାରୁ ପିଇ ଦେଲେ ସାନିଟାଇଜର; ଆନ୍ଧ୍ରପ୍ରଦେଶରେ ସାଇଟାଇଜର ପିଇ ୯ ମୃତ

Advertisment
ଜୀବନ ନେଇଗଲା ନାଲିପାଣି ନିଶା: କରୋନା କଟକଣାରେ ମଦ ନମିଳିବାରୁ ପିଇ ଦେଲେ ସାନିଟାଇଜର; ଆନ୍ଧ୍ରପ୍ରଦେଶରେ ସାଇଟାଇଜର ପିଇ ୯ ମୃତ

କନକ ବ୍ୟୁରୋ: ଗତ ଦୁଇ ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଆଲକହଲ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର ପିଇ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ ସୂଚନା ଦେଇଛି ପୁଲିସ। କୁରିଚେଡୁ ସହରରେ ଏହି ଦଃଖଦ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁବାର ରାତିରେ ଅନ୍ୟ ଦୁଇଜଣ ଏବଂ ଶୁକ୍ରବାର ସକାଳେ ଅନ୍ୟ ୬ଜଣଙ୍କର ମୃତ୍ୟୁ ଘଟିଛି।

ମୃତକଙ୍କ ମଧ୍ୟରୁ ତିନିଜଣ ଭିକାରୀ ଏବଂ ଅବଶିଷ୍ଟ ଲୋକ ହେଉଛନ୍ତି ସ୍ଥାନୀୟ ବସ୍ତି ବାସିନ୍ଦା। ମୋଟାମୋଟି ଭାବେ, ଗତ ଦୁଇ ଦିନ ମଧ୍ୟରେ ୨୦ ଜଣ ଲୋକ ସାନିଟାଇଜର ପିଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୯ଜଣଙ୍କର ମୃତ୍ୟୁ ଘଟିଛି।  ଜିଲ୍ଲା ପୁଲିସ ଅଧୀକ୍ଷକ ସିଦ୍ଧାର୍ଥ କୌଶଲ କହିଛନ୍ତି ଯେ, କୋଭିଡ -୧୯ର ପ୍ରସାରକୁ ରୋକିବା ପାଇଁ କୁରିଚେଡୁ ଲକଡାଉନ ଥିବାରୁ ମଦ ମିଳିବା ସମ୍ଭବ ନଥିଲା, ଯାହା ପାଇଁ ଲୋକମାନେ ଆଲକହଲ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର ପିଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe