ରାଜ୍ୟରେ ପୁଣି କରୋନା ନେଲା ୯ ଜୀବନ: କଟକରୁ ୩, ସୁନ୍ଦରଗଡରୁ ୨, ଗଞ୍ଜାମ, ବଲାଙ୍ଗୀର, ମାଲକାନଗିରି ଓ ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ

ମୋଟ ମୃତ୍ୟୁସଂଖ୍ୟା ୩୯୯ରେ ପହଞ୍ଚିଲା

150

କନକ ବ୍ୟୁରୋ: ରାଜ୍ୟରେ ୨୪ ଘଂଟାରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି କଟକରୁ ୩ ଜଣ, ବଲାଙ୍ଗୀରରୁ ଜଣେ, ଗଂଜାମରୁ ଜଣେ, ମାଲାକାନଗିରିରୁ ଜଣେ, ରାୟଗଡାରୁ ଜଣେ ଓ ସୁନ୍ଦରଗଡରୁ ୨ ଜଣ । ବଲାଙ୍ଗୀରରେ ଜଣେ ୨୮ ବର୍ଷର ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଡାଏବେଟିସ ଥିଲା । ସେହିପରୀ କଟକରୁ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମହିଳା ହୋଇଥିବା ବେଳେ ୫୧ ବର୍ଷୀୟା ଓ ୭୦ ବର୍ଷୀୟା ୨ ମହିଳାଙ୍କ ମୃତ୍ୟୁ ହୋଇଛି ।ସେହିପରି ଗଂଜାମରେ ଜଣେ ୬୦ ବର୍ଷୀୟ ବ୍ୟକ୍ତି,ମାଲାକାନଗିରିରେ ୫୩ ବର୍ଷୀୟ, ରାୟଗଡାରେ ୫୧ ବର୍ଷର୍ୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡରେ ୨ ମୃତକଙ୍କ ହେଉଛନ୍ତି ୫୪ ଓ ୬୦ ବର୍ଷର । ମୋଟ ମୃତ୍ୟୁ ସଂଖ୍ୟା ରାଜ୍ୟରେ ୩୯୯ ହୋଇଛି ।

ସେହିପରି ରାଜ୍ୟରେ ଆଜି ୨୮ ଶହ ୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଶହ ୯୧ ଜଣ ସଂଗରୋଧ କେନ୍ଦ୍ରରେ ଥିବା ବେଳେ ୧୧ ଶହ ୨୮ ଜଣ ଲୋକାଲ କଂଟାକ୍ଟ । ଖୋର୍ଦ୍ଧାରୁ ସର୍ବାଧିକ ୪୪୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୫୭ ଜଣ, ଗଂଜାମରୁ ୧୯୨ ଜଣ, ଯାଜପୁରରୁ ୧୨୦ ଜଣ, ଢେଙ୍କାନାଳରୁ ୧୦୦,ରାୟଗଡାରୁ ୧୪୭ ଜଣ,ସମ୍ବଲପୁରରୁ ୧୪୫ ଜଣ,ମୟୁରଭଂଜରୁ ୨୧୯ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୧୦୫ ଜଣ, ବରଗଡରୁ ୧୩୬ ଜଣ, ଗଜପତିରୁ ୬୨ ଜଣ,ସୁନ୍ଦରଗଡରୁ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧ ଜିଲ୍ଳାରେ ୧୦୦ ଉପରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ୫୩୭ରେ ପହଚିଂଛି । ଏଯାଏ ୫୦ ହଜାର ୫୦୩ ଜଣ ସୁସ୍ଥ ହୋଇଥିବା ବେଳେ ୨୪ ହଜାର ୫୮୨ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ।