କନକ ବ୍ୟୁରୋ : ପାରିବାରିକ କଳହକୁ ନେଇ ୯ ମାସର ଶିଶୁ ପୁତ୍ରକୁ ଧରି କୂଅକୁ ଡେଇଁପଡ଼ିଲା ମା’ । ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ବାଲିସାହି ନୂଆଗାଁ ଖମାର ସାହି ଗାଁରେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ନରସିଂହପୁର ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରାଯାଇଥିଲା । ଅଗ୍ନିଶମ ବାହିନୀ ମହିଳା ଓ ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲେ । ପିଲାଟିର ମୃତ୍ୟୁ ହୋଇଥିବା ବେଳେ ମା’ ସୁରକ୍ଷିତ ଥିବା ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisment