କନକ ବ୍ୟୁରୋ : ଭାରତରେ ଚିତାର ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର ସରକାର ୯ ଜଣିଆ ଟାସ୍କ ଫୋର୍ସ ଗଠନ କରିଛନ୍ତି । ଟାସ୍କ ଫୋର୍ସ କମିଟି ସଦସ୍ୟ ଚିତାଙ୍କର ପ୍ରତିଟି ଗତିବିଧି ଉପରେ ନଜର ରଖିବେ । ଏହାଛଡ଼ା ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଟିକନିକ୍ ନଜର ରଖାଯିବ । ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ନାମିବ୍ୟାରୁ ୮ ଚିଣା ଅଣାଯାଇ କୁନୋ ଜାତୀୟ ପାର୍କରେ ଛଡ଼ାଯାଇଥିଲା ।

Advertisment

ଭାରତୀୟ ଜୟବାୟୁ ସହ ଅଭ୍ୟସ୍ତ ହେବା ପାଇଁ ଚିତାଙ୍କୁ ସବୁପ୍ରକାରର ବ୍ୟବସ୍ଥା କରାଯାଉଛି । ୧୯୫୦ ପରେ ପ୍ରଥମଥର ଭାରତକୁ ଚିତା ଆସିଛନ୍ତି । ଚିତାକୁ ଦେଶରେ ଆଣିବା ପାଇଁ ଭାରତ ସରକାର ୫ ବର୍ଷିୟା ଯୋଜନା ପ୍ରସ୍ତୁତ କରିଛି । ପ୍ରଥମ ପର୍ଯ୍ୟାୟରେ ୮ଟି ଚିତା ଅଣାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ୧୨ ଚିତାଙ୍କୁ ଦକ୍ଷିଣ ଆଫ୍ରିକାରୁ ଅଣାଯିବାର କାର୍ଯ୍ୟକ୍ରମ ରହିଛି । ଏମାନଙ୍କୁ କୁନୋ ଜାତୀୟ ପାର୍କ ବ୍ୟତୀତ ଅନ୍ୟ ପାର୍କରେ ଛଡ଼ାଯିବ ।