କନକ ବ୍ୟୁରୋ : ଶେଷରେ ଚିଲଡ୍ରେନ ପାର୍କକୁ ବି ଖାଇଗଲେ । ମିଳିମିଶି ଖାଇଗଲେ ୯ ଲକ୍ଷ । ର୍ଦୁନୀତି, ପିସି କାରବାର ଆଉ କାମ ନହୋଇ ଟଙ୍କା ଖାଇଯିବା ଘଟଣା ରାଜ୍ୟରେ କିଛି ନୂଆ କଥା ନୁହେଁ । ହେଲେ ଛୋଟ ଛୋଟ ଛୁଆଙ୍କ ଖେଳିବା ପାଇଁ ଆସିଥିବା ଟଙ୍କାକୁ ମଧ୍ୟ ଆତ୍ମସାତ କରିଦେଇଛନ୍ତି ସରାକରୀ ବାବୁ ଆଉ ତାଙ୍କ ଅଧୀନରେ ଥିବା ଠିକାଦାର । ସୁନ୍ଦରଗଡରୁ ଆସିଛି ଏଭଳି ଅଭିଯୋଗ ।
ସୁନ୍ଦରଗଡ ସଦର ବ୍ଲକତଳସରା ଗାଁ ମଝିରେ ଥିବା ଏହି ସ୍ଥାନରେ ଏକ ଚିଲଡ୍ରେନ୍ ପାର୍କ ନିର୍ମାଣ ହୋଇଛି । ସରକାରୀ ତଥ୍ୟରେ ଦର୍ଶାଯାଇଛି, ପାର୍କ ପାଇଁ ୨୦୧୮-୧୯ ଆର୍ଥିକ ବର୍ଷରେ ଦୁଇଟି ପର୍ଯ୍ୟାୟରେ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୬ଲକ୍ଷ ୯୦ହଜାର ଓ ଦ୍ୱିତୀୟ ପର୍ଯ୍ୟାୟରେ ୨ଲକ୍ଷ ୧୦ହଜାର ଟଙ୍କା ଅନୁଦାନ ମିଳିଥିଲା । ଆଉ ସେହି ଅନୁଦାନରେ କେବଳ ୨ଫୁଟ ଉଚ୍ଚର ଗୋଲେଇ ଆକାରର ଇଟା ଯୋଡେଇ ହୋଇଥିବା ବେଳେ ଗୋଲେଇ ମଝିରେ ଏକ ଗାତ ଖୋଳାଯାଇଛି । ବାସ୍ ଏତିକିରେ ସରି ଯାଇଛି ପାର୍କ ନିର୍ମାଣ । ଏକଥା ଆମେ କହୁନାହୁଁ, ଯାହା ଏହି ଦୃଶ୍ୟ ବୟାନ କରୁଛି ।
ସ୍ଥାନୀୟ ଲୋକଙ୍କ ଅଭିଯୋ ଅନୁସାରେ, କୁନି କୁନି ପିଲାଙ୍କ ଆମୋଦପ୍ରମୋଦ ପାଇଁ ଆସିଥିବା ୯ ଲକ୍ଷ ଟଙ୍କାର ପାର୍କକୁ ଖାଇ ଯାଇଛନ୍ତି ବିଭାଗୀୟ ଅଧିକାରୀ ଓ ଠିକାଦାର । ସେପଟେ ଏଘଟଣାରେ ସୁନ୍ଦରଗଡ ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ଶୁଲିଆ କହିଛନ୍ତି, ସେ ନୂଆ ଆସିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଘଟଣା ବାବଦରେ ଅବଗତ ହେବା ପରେ ତଦନ୍ତ କରି ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନେବେ