ବନ୍ୟା ଜଳରେ କାର ସହ ଭାସିଗଲେ ଯାତ୍ରୀ । ୯ ମୃତ , ଅଳ୍ପକେ ବଞ୍ଚିଲା ଦୁଇ ଜୀବନ

ବନ୍ୟା ଜଳରେ କାର ସହ ଭାସିଗଲେ ଯାତ୍ରୀ । ୯ ମୃତ , ଅଳ୍ପକେ ବଞ୍ଚିଲା ଦୁଇ ଜୀବନ

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ବନ୍ୟାର ପ୍ରଖର ଜଳରେ କାର ସହ ଭାସିଗଲେ ୧୧ ଯାତ୍ରୀ । ଫଳରେ ୯ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ପଞ୍ଜାବରୁ କିଛି ପର୍ୟ୍ୟଟକଙ୍କୁ ନେଇ ଆଜି ସକାଳେ ଉତ୍ତରାଖଣ୍ଡର ରାମନଗର ଅଭିମୁଖେ ଯାଉଥିବା ଗୋଟାଏ କାର୍‌ ଢେଲ୍‌ବା ନଦୀରେ ପଡ଼ି ପ୍ରଖର ସ୍ରୋତରେ ଭାସିଯିବାରୁ ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।

କାର୍‌ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ବେତଳେ ଆହୁରି ୫ଜଣଙ୍କ ଶବ ଉକ୍ତ କାର୍‌ ମଧ୍ୟରେ ଫସି ରହିଛି। ସେମାନଙ୍କ ଶବ ବାହାର କରିବା ଲାଗି ଉଦ୍ୟମ ଜାରି ରହିଛି। ସଂଗୃହୀତ ସୂଚନା ଅନୁସାରେ, କାର୍‌ରେ ୧୧ଜଣ ଯାତ୍ରୀ ଥିଲେ। ଖବର ପାଇବା ପରେ ଉତ୍ତରଖଣ୍ଡ ପୁଲିସ, ରାଜ୍ୟ ବିପର୍ୟ୍ୟୟ ପ୍ରଶମନ ବଳ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟରେ ଲାଗିଛନ୍ତି।

ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ୨ଜଣ ମଧ୍ୟରେ ଅଛନ୍ତି ନାଜିଆ ନାମ୍ନୀ ଜଣେ ୨୨ ବର୍ଷୀୟ ଯୁବତୀ। ତାଙ୍କୁ ରାମନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଜିଲ୍ଲା ପ୍ରଶାସନ କହିବା ଅନୁସାରେ, ରାମନଗର କୋଟଦ୍ବାର୍‌ ରାସ୍ତାରେ ଅବସ୍ଥିତ ‘କର୍ବେଟ୍‌ ଜାତୀୟ ଉଦ୍ୟାନ’ ଢେଲ୍‌ବା ଜୋନ୍‌ରେ ଦୁର୍ଘଟଣାଟି ଘଟିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଆଜି ଭୋର୍‌ ୫ଟାରେ ଗୋଟାଏ ‘ଏର୍ଟିଗା’ କାର୍‌ କର୍ବେଟ୍‌ ଆଡ଼କୁ ଯାଉଥିଲା। ଦ୍ରୁତଗତିରେ ଯାଉଥିବା କାର୍‌ଟିକୁ ଅଟକାଇବାକୁ ସେମାନେ ଉଦ୍ୟମ କରି ବିଫଳ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe