ଟୁରିଷ୍ଟ ବସ ଓ ପ୍ରାଇଭେଟ ବସ ମୁହାଁମୁହିଁ : ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮ ଜଣ ଆହତ

188

କନକ ବ୍ୟୁରୋ : କେରଳର ପାଲକଡ଼ ଜିଲ୍ଳାରେ ଟୁରିଷ୍ଟ ବସ ଓ ପ୍ରାଇଭେଟ ବସ ମୁହାଁମୁହିଁ । ଏହି ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୮ ଜଣ ଆହତ ହୋଇଛନ୍ତି । କେରଳରୁ ପ୍ରାଇଭେଟ ବସଟି କୋଏମ୍ବାଟୁର ଅଭିମୁଖେ ଯାତ୍ରା କରୁଥିଲା ।

ସେହିପରି ଟୁରିଷ୍ଟ ବସଟି ୪୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏର୍ଣ୍ଣାକୁଲମ ଜିଲ୍ଳାର ବାସାଲିନସରୁ ଓଟି ଅଭିମୁଖେ ଯାତ୍ରା କରୁଥିଲା । ଟୁରିଷ୍ଟ ବସ ଟି ସରକାରୀ ବସକୁ ଧକ୍କା ଦେବା ପରେ ୫ଜଣ ଛାତ୍ରଙ୍କ ସମେତ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । । ପ୍ରାଇଭେଟ ବସର ୩ ଜଣ ଯାତ୍ରୀ ମଧ୍ୟ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ବସରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯିବା ସହ ଆହାତ ମାନଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।