କଟକ ଏସସିବିରେ କାର୍ଯ୍ୟକ୍ଷମ ହେବ ୯ଟି ଇକମୋ ମେସିନ । ସୂଚନା ଦେଲେ ଡିଏମଇଟି ସିବିକେ ମହାନ୍ତି 

Advertisment
କଟକ ଏସସିବିରେ କାର୍ଯ୍ୟକ୍ଷମ ହେବ ୯ଟି ଇକମୋ ମେସିନ । ସୂଚନା ଦେଲେ ଡିଏମଇଟି ସିବିକେ ମହାନ୍ତି 

କନକ ବ୍ୟୁରୋ: କଟକ ଏସସିବିରେ କାର୍ଯ୍ୟକ୍ଷମ ହେବ ୯ଟି ଇକମୋ ମେସିନ । ଗତକାଲି ଏସସିବିକୁ ଗୋଟିଏ ଇକମୋ ମେସିନ ଆସି ପହଞ୍ଚିଛି । ବାକି ଇକମୋ ମେସିନ ଜୁଲାଇ ଶେଷ ସୁଦ୍ଧା ଆସିବ । ଅଗଷ୍ଟ ୧୫ରେ ଏଗୁଡିକ ପୂରା କାର୍ଯ୍ୟକ୍ଷମ ହେବ । ଏହି ମେସିନ ପରିଚାଳନା ପାଇଁ ଟ୍ରେନିଂ ଚାଲିଛି, ବିଶେଷଜ୍ଞଙ୍କୁ ନିଯୁକ୍ତି ମଧ୍ୟ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।

କରୋନା ମହାମାରୀ ସମୟରେ ରାଜ୍ୟରେ ଇକମୋ ମେସିନର ଅଭାବ ଦେଖିବାକୁ ମିଳିଥିଲା । ଏହି ସମୟରେ ଇକମୋ ଚିକିତ୍ସା ପାଇଁ ଅନେକ ରୋଗୀଙ୍କୁ ରାଜ୍ୟ ବାହାରକୁ ସ୍ଥାନାନ୍ତର କରାଯାଇଥିଲା । ଆଉ ଏହି ଘଟଣା ପରେ ଏବେ ରାଜ୍ୟରେ ଇକମୋ ମେସିନ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe