କନକ ବ୍ୟୁରୋ: କଟକ ଏସସିବିରେ କାର୍ଯ୍ୟକ୍ଷମ ହେବ ୯ଟି ଇକମୋ ମେସିନ । ଗତକାଲି ଏସସିବିକୁ ଗୋଟିଏ ଇକମୋ ମେସିନ ଆସି ପହଞ୍ଚିଛି । ବାକି ଇକମୋ ମେସିନ ଜୁଲାଇ ଶେଷ ସୁଦ୍ଧା ଆସିବ । ଅଗଷ୍ଟ ୧୫ରେ ଏଗୁଡିକ ପୂରା କାର୍ଯ୍ୟକ୍ଷମ ହେବ । ଏହି ମେସିନ ପରିଚାଳନା ପାଇଁ ଟ୍ରେନିଂ ଚାଲିଛି, ବିଶେଷଜ୍ଞଙ୍କୁ ନିଯୁକ୍ତି ମଧ୍ୟ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।
କରୋନା ମହାମାରୀ ସମୟରେ ରାଜ୍ୟରେ ଇକମୋ ମେସିନର ଅଭାବ ଦେଖିବାକୁ ମିଳିଥିଲା । ଏହି ସମୟରେ ଇକମୋ ଚିକିତ୍ସା ପାଇଁ ଅନେକ ରୋଗୀଙ୍କୁ ରାଜ୍ୟ ବାହାରକୁ ସ୍ଥାନାନ୍ତର କରାଯାଇଥିଲା । ଆଉ ଏହି ଘଟଣା ପରେ ଏବେ ରାଜ୍ୟରେ ଇକମୋ ମେସିନ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/7-17.jpg)