ଭୂମିକମ୍ପରେ ଥରିଲା ଆଣ୍ଡାମାନ ନିକୋବର : ଦୁଇ ଘଂଟାରେ ଭୂମିକମ୍ପର ୯ ଝଟକା

140

ସୋମବାର ସକାଳେ ଦୁଇ ଘଣ୍ଟା ଭିତରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ନଅଟି ମଧ୍ୟମ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ରିକ୍ଟର୍ ସ୍କେଲରେ ଏହି ଭୂମିକମ୍ପ ଗୁଡ଼ିକର ତୀବ୍ରତା ଥିଲା ୪. ୭ ରୁ ୫. ୨।

ଭୋର୍ ୫: ୧୫ ମିନିଟ୍ ସମୟରେ ୪. ୯ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ପ୍ରଥମ ଝଟକା ଦେବାର କିଛି ମିନିଟ୍ ପରେ ୫ ତୀବ୍ରତା ସମ୍ପନ୍ନ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଶେଷ କମ୍ପନ ୬: ୫୪ରେ ଅନୁଭୂତ ହୋଇଥିଲା ଯାହାର ତୀବ୍ରତା ଥିଲା ୫. ୨। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭୂମିକମ୍ପ ପ୍ରବଣ ଅଞ୍ଚଳ ଅଟେ। ସେଠରେ ଦୈନିକ ଦୁଇ ତିନୋଟି ଭୂକମ୍ପନ ଅନୁଭୂତ ହେବା କିଛି ଅସ୍ୱାଭାବିକ ନୁହେଁ।