କନକ ବ୍ୟୁରୋ: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାରି ଭିତରେ ଭିମସାରର ୯ଡାକ୍ତର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମେଡିସିନି ବିଭାଗର ଓପିଡି ଗୋଟିଏ ଦିନ ପାଇଁ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଭିମସାର ନିର୍ଦ୍ଦେଶକ ଲଳିତ କୁମାର ମେହେର ସୂଚନା ଦେଇଛନ୍ତି ।
ଅନ୍ୟପଟେ ଆଜି ରାଜ୍ୟରେ ୧୩୮୪ ନୂଆ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଂଟାରେ ସଂଗରୋଧ କେନ୍ଦ୍ର୍ରରୁ ୮୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୪୯୫ ଜଣ । ଆଜିର ଆକ୍ରାନ୍ତଙ୍କୁ ନେଇ ରାଜ୍ୟର ମୋଟ ୩୭ ହଜାର ୬ ୮୧ ଜଣ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ୨୩ହଜାର ୭୨ ସୁସ୍ଥ ହୋଇ ହୋଇ ଘରକୁ ଫେରି ଆସିଛନ୍ତି । ଏବେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ୧୪ ହଜାର ୩୫୦ ଜଣ ଆକ୍ରାନ୍ତ । ଆଜି ସର୍ବାଧିକ ଗଂଜାମ ଜିଲ୍ଲାରେ ୨୮୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଛି ୨୦୧ ନମ୍ବର ଖୋର୍ଦ୍ଧ ରହିଛି ଦ୍ୱିତୀୟ ସ୍ଥାନରେ । ପଛକୁ ଅଛି କଟକ । କଟକ ଜିଲ୍ଲାରେ ୧୨୧ ଜଣ କରୋନା ଚିହ୍ନଟ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/2_UP.jpg)