ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନୀ ହିଂସା: ବ୍ୟାପକ ଭଙ୍ଗାରୁଜା, ୯ ମୃତ

206

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଚାଲିଥିବା ବେିଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ହିଂସାକାଣ୍ଡ ଘଟି ଅନ୍ୟୂନ ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଘରଦ୍ୱାର ନଷ୍ଟ କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ‘ତୃଣମୂଳ କଂଗ୍ରେସ’ର ୫ଜଣ ସଦସ୍ୟ, ‘ବିଜେପି’, ‘ସିପିଆଇ(ଏମ୍‌)’ଓ ‘କଂଗ୍ରେସ’ର ଜଣେ ଲେଖାଏଁ କର୍ମୀ ଓ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥକ। ରାଜ୍ୟରେ ବିଭିନ୍ନ ପ୍ରାନ୍ତରେ ଭୀଷଣ ସଂଘର୍ଷ ଘଟି ବିଭିନ୍ନ ରାଜନୈତିକ ଦଳର ଅନେକ କର୍ମୀ ଆହତ ହୋଇଛନ୍ତି। ଅନେକ ସ୍ଥାନରେ ବାଲଟ୍‌ ବକ୍ସ ନଷ୍ଟ କରିଦିଆଯାଇଛି।

ହୁଗୁଳିର ତାରେକେଶ୍ୱରରେ ‘ତୃଣମୂଳ କଂଗ୍ରେସ’ ଗୁଣ୍ଡାମାନେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ଝିଅ ମୁଣ୍ଡରେ ଗୁଳି ମାରିଥିବା ଅଭିଯୋଗ ହୋଇଛି। ତାଙ୍କୁ କୋରଲକାତା ମେଡିକାଲ୍‌ କଲେଜକୁ ସ୍ଥାନାନ୍ତର କରାଯାଇଛି। ହିଂସା ପାଇଁ ‘ବିଜେପି’ ଓ ‘ଟିଏମ୍‌ସି’ ପରସ୍ପରକୁ ଦାୟୀ କରୁଛନ୍ତି। ନିର୍ବାଚନ ଦିନ ପଶ୍ଚିମବଙ୍ଗରେ ବ୍ୟାପକ ହିଂସାକାଣ୍ଡ ଚାଲିଥିବା ବେଳେ ରକ୍ତପାତ ବନ୍ଦ କରିବା ଲାଗି ରାଜ୍ୟପାଳ ସି. ଭି. ଆନନ୍ଦ ବୋଷ ଜନତା ଓ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିଛନ୍ତି।