କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ରଜାଘାତ ଘଟି ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ବାରିପଦାରେ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ଆଗରପଡାରେ ବିଲରେ କାମ କରୁଥିବା ବେଳେ ଜଣେ ୨୯ ବର୍ଷିୟ ଯୁବକଙ୍କ ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲୀରେ ମଧ୍ୟ ବଜ୍ରାଘାତ ଘଟି ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରେ ମଧ୍ୟ ସମାନ ଘଟଣା ଘଟିଛି । ଏଠାରେ ବଜ୍ରାଘାତ ଘଟି ଜଣେ ନାବାଳଙ୍କ ଜୀବନ ଯାଇଛି । ସେହିଭଳି ତେଲକୋଇ କାଳିଆହତାରେ ମଧ୍ୟ ବ୍ରଜପାତରେ ଜଣଙ୍କର ମୃତ୍ୟୁ ହୋଇଛି ।
ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ । ୯ ମୃତ, ୩ ଆହତ
/kanak/media/post_attachments/wp-content/uploads/2024/08/lightning-3.jpg)