ପୂର୍ବତନ ଜିଲ୍ଲାପାଳଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବାରେ ବିତିଲା ୯ ଦିନ । ଏଯାଏଁ ପୁଲିସ୍ ହାତ ଖାଲି

59

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାପାଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ କୁ ୯ ମାସ ବିତିଲାଣି । ଆଉ ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରଓାଲଙ୍କ ସମେତ ୪ ଜଣଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ ହେବାକୁ ମଧ୍ୟ ୯ ଦିନ ବିତିଛିି । ତେବେ ପୁଲିସର ହାତ କିନ୍ତୁ ଏ ଯାଏଁ ଖାଲି । ଜଣେ ଏଏସପି ଙ୍କ ନେତୃତ୍ୱ ଏସଆଇଟି ଗଠନ କରା ଯାଇ ତଦନ୍ତ ଚାଲୁଥିବା କଥା ପୁଲିସ କହୁଛି । ତେବେ ପ୍ରଶ୍ନ ଉଠୁଛି ଜଣେ ଆଡିିଶନାଲ ଏସପି କିମ୍ବା ଡିଏସପି ପାହ୍ୟାର ଅଧିକାରୀ ସରକାରଙ୍କ ଜଣେ ଉପ ସଚିବଙ୍କୁ ପଚରା ଉଚରା କରିବା ସହ ତଦନ୍ତ ପରିସର ଭୁକ୍ତ କରି ପାରିବେ ତ ।

ମାଲାନଗିରି ଜିଲ୍ଲାପାଳଙ୍କ ବିରୋଧରେ ରୁଜୁ ହେଲା ହତ୍ୟା ମାମଲା । ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡା ଙ୍କ ମୃତ୍ୟୁ ମାମଲାରେ ତକ୍ରାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ସମେତ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ଏସଡିଜେଏମ୍ କୋର୍ଟ । ତେବେ ମାମଲା ରୁଜୁ ହେବାକୁ ୯ ଦିନ ବିତିଥିଲେ ମଧ୍ୟ ଏ ଯାଏଁ ପୁଲିସ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ପୂର୍ବତନ ଜିଲ୍ଲାପାଳ ତଥା ବର୍ତମାନ ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗର ଉପ ସଚିବ ତଥା ମୁଖ୍ୟ ଅଭିଯୁକ୍ତ ମନୀଷ ଅଗ୍ରୱାଲଙ୍କୁ ଏ ଯାଏଁ ପଚରା ଉଚରା କରାଯାଇନାହିଁ ।

ଅନ୍ୟତମ ଅଭିଯୁକ୍ତ ଭଗବାନ ପାଣିଗ୍ରାହୀ, ପ୍ରକାଶ ସ୍ୱାଇଁ ଓ ଭି ବେଣୁଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିନାହିଁ ମାଲକାନଗିରି ପୁଲିସ । ଗତ ୧୩ ତାରିଖରେ ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହତ୍ୟା ମାମଲା ରୁଜୁ ହେବା ପରେ ଜଣେ ଆଡିସନାଲ ଏସପିଙ୍କ ନେତୃତ୍ୱରେ ୨ ଜଣ ଡିଏସପି ଓ ୨ ଇନ୍ସପେକ୍ଟର, ଜଣେ ମହିଳା ସବ ଇନ୍ସପେକ୍ଟରଙ୍କୁ ନେଇ ଏସଆଇଟି ଗଠନ ହୋଇଛି । ଆଉ ପୂର୍ବରୁ ଅପ୍ରାକୃତିକ ମୃତ୍ୟୁ ମାମଲା ନେଇ ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀଙ୍କୁ ଏହି ମାମଲାରୁ ବର୍ତମାନ ଦୁରେଇ ରଖାଯାଇଛି । ତେବେ ଏ ଯାଏ କିନ୍ତୁ ପୁଲିସର ହାତ ଖାଲି ।

ଏ ନେଇ ଆମେ ଏସଆଇଟି ର ମୁଖ୍ୟ ଆଡିଶନାଲ ଏସପିଙ୍କ ସହ ଆଲୋଚନା କରି ଥିଲୁ । ଆଉ ପ୍ରଥମ ପର୍ଜ୍ୟାୟ ରେ ସାକ୍ଷ୍ୟ ପ୍ରମାଣ ସଂଗ୍ରହ ଚାଲୁ ଥିବା କଥା ସେ କହିଛନ୍ତି । ତେବେ ଆଇ.ଏ.ଏସ ଅଧିକାରୀ ଙ୍କ ସମେତ ଅନ୍ୟ ୩ ଜଙ୍କୁ ପଚରା ଉଚରା ପ୍ରସଙ୍ଗ ରେ ବିଶେଷ କିଛି ମତାମତ ଦେଇ ନ ଥିଲେ ଏସଆଇଟି ମୁଖ୍ୟ । ତେବେ ପ୍ରଶ୍ନ ଉଠୁଛି, ବଡ ବଡିଆଙ୍କୁ ତଦନ୍ତ ପରିସରଭୁକ୍ତ କରିବ ତ ପୁଲିସ ।

ମୃତ ବ୍ୟକ୍ତିଗତ ସହାୟକଙ୍କ ପତ୍ନୀ ବନଜା ପଣ୍ଡାଙ୍କ ଦ୍ୱାରା ଦାୟର ହୋଇଥିବା ଲିଖିତ ଅଭିଯୋଗ ମୁତାବକ,
-ଦେବନାରାୟଣ ପଣ୍ଡାଙ୍କ ନିଖୋଜ ହେବାର ଦୁଇ ଦିନ ପୂର୍ବେ ଅର୍ଥାତ ୨୫ ତାରିଖ ଦିନ, ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ଅବସରପ୍ରାପ୍ତ ଆଡିସନାଲ ତହସିଲଦାର ଭଗବାନ ପାଣିଗ୍ରାହୀ ଦେବ ନାରାୟଣ ପଣ୍ଡାଙ୍କ ଘରକୁ ଆସିଥିଲେ ।
-ଜିଲ୍ଲାପାଳ ଦେବନାରାୟଣଙ୍କ ଉପରେ ଅସନ୍ତୁଷ୍ଟ ଥିବା କଥା କହିଥିଲେ ।
-ଏଥିସହ ଭଗବାନ ପାଣିଗ୍ରାହୀଙ୍କୁ ପିଏ ବା ବ୍ୟକ୍ତିଗତ ସହାୟକ ଭାବେ ଯୋଗ ଦେବାକୁ ଜିଲ୍ଲାପାଳ କହିଥିବା ନେଇ ଦେବନାରାୟଣ ଙ୍କୁ କହିଥିଲେ ଭଗବାନ ପାଣିଗ୍ରାହୀ ।
-୨୭ ତାରିଖ ସକାଳ ୭.୩୦ ମିନିଟ ସମୟରେ ଦେବନାରାୟଣ ଜିଲ୍ଲାପାଳଙ୍କ ଘରକୁ ଯାଇ ଅଧ ଘଂଟା ପରେ ଫେରିଥିଲେ ।
-ଦିନ ୧୦.୧୦ ମିନିଟରେ କାର୍ଯ୍ୟାଳୟକୁ ଯିବା ସମୟରେ ଷ୍ଟେନୋ ପ୍ରକାଶ ସ୍ୱାଇଁ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ ।
-ସେହି ଦିନ ମଧ୍ୟାହ୍ନ ସମୟରୁ ନିଖୋଜ ହୋଇ ଯାଇଥିଲେ ଦେବନାରାୟଣ ।

ପୁଲିସ ନିକଟରେ ଯଥେଷ୍ଟ ସାକ୍ଷ୍ୟ ପ୍ରମାଣ ରହିଛି, ସିସିଟିଭି ଫୁଟେଜ ମଧ୍ୟ ରହିଛି । ତେବେ ପ୍ରଶ୍ନ ଉଠୁଛି, ସବୁ ଥାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ କାହିଁକି ଟାଳ ଟୁଳ ନିତି ଆପଣେଇଛି ପୁଲିସ ।

Comments are closed.