୨୮ ଦିନ ଜେଲ୍ ପରେ ମୁକୁଳିଲେ ରିୟା । ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବମ୍ବେ ହାଇକୋର୍ଟଙ୍କ ସର୍ତମୂଳକ ଜାମିନ ।

174

କନକ ବ୍ୟୁରୋ: ଦୀର୍ଘ ୨୮ ଦିନ ପରେ ଜେଲରୁ ବାହାରିଲେ ଅଭିନେତ୍ରୀ ରିୟା ଚକ୍ରବର୍ତୀ । ବଲିଉଡରେ ଡ୍ରଗସ୍ କାରବାର ମାମଲାରେ ତାଙ୍କୁ ପୋଲିସ ଗିର ରିୟା ଚକ୍ରବର୍ତିଙ୍କୁ ସାମାନ୍ୟ ଆଶ୍ୱସ୍ତି । ୨୮ ଦିନ ପରେ ଅଭିନେତ୍ରୀ ରିୟା ଚକ୍ରବର୍ତିଙ୍କୁ ମିଳିଛି ଜାମିନ୍ । ସର୍ତମୂଳକ ଭାବେ ବଂବେ ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଏବଂ ପାସପୋର୍ଟ ଦାଖଲ କରିବା ସର୍ତରେ ଜାମିନ୍ ପ୍ରଦାନ କରାଯାଇଛି । ମୁମ୍ୱାଇରୁ ବହାରକୁ ଯିବାକୁ ହେଲେ , ନେବାକୁ ପଡିବ ଅନୁମତି ।

ରିୟାଙ୍କର ଭାଇ ସୌଭିକ୍ ଚକ୍ରବର୍ତିଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଛି । ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଗତ ସେପ୍ଟେମ୍ୱର ୮ ତାରିଖରୁ ଏନସିବି ରିୟାଙ୍କୁ ଗିରଫ କରିବା ପରେ ସେ ହାଜତରେ ଥିଲେ । ରିୟା ଏବଂ ସୌଭିକଙ୍କ ବିରୋଧରେ ବଲିଉଡରେ ଡ୍ରଗ୍ସ କାରବାର ନେଇ ତଦନ୍ତ ବେଳେ ସଂଗୀନ୍ ପ୍ରମାଣ ପାଇଛି ନାରକୋଟିକ୍ସ ବ୍ୟୁରୋ । ଜେରା ବେଳେ ଏନସିବି ଆଗରେ ରିୟା ଚକ୍ରବର୍ତି ବଲିଉଡରେ ଡ୍ରଗ୍ସ ପାର୍ଟି ନେଇ ସୂଚନା ଦେଇଥିଲେ । ସାରା ଅଲ୍ଲୀଖାନ୍, ରକୁଲ ପ୍ରୀତ୍ ସିଂଙ୍କ ନାଁ ବି ନେଇଥିଲେ । ଏହା ପରେ ବଲିଉଡରେ ଡ୍ରଗ୍ସ କନେକ୍ସନରେ ୨୫ରୁ ଅଧିକ ବ୍ୟକ୍ତିଙ୍କ ନାଁ ତଦନ୍ତ ଘେରକୁ ଆସିଛି । ଏହି ମାମଲାରେ ବଲିଉଡର ଟପ୍ ଅଭିନେତ୍ରୀ ଦିପିକା ପାଦୁକୋନଙ୍କୁ ବି ଜେରା କରିଛି ଏନସିବି ।