ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ । ସକାଳ ୯ଟା ସୁଦ୍ଧା ୯.୨୫% ହୋଇଛି ମତଦାନ, କୋରାପୁଟରେ ଏବେ ସୁଦ୍ଧା ସର୍ବାଧିକ ମତଦାନ ।

129

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ୪ ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଆରମ୍ଭ ହୋଇଛି । ସକାଳ ୬ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୯.୨୫% ମତଦାନ ହୋଇଛି । କୋରାପୁଟରେ ସର୍ବାଧିକ ୧୩.୧୪% ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୬.୮୧% ଭୋଟଗ୍ରହଣ ହୋଇଛି ।

ସେହିଭଳି ଗଜପତିରେ ୧୦.୨୦%, କଳାହାଣ୍ଡିରେ ୬.୮୧%, ମାଲକାନିଗିରିରେ ୯.୧୫%, ନବରଙ୍ଗପୁରରେ ୮.୮୭%, ନୂଆପଡାରେ ୯.୯୮%, ରାୟଗଡାରେ ୭.୫୨% ମତଦାନ ହୋଇଛି । ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବାକୁ ଥିବା ବେଳେ ମତଦାନ ହାର ଆହୁରି ବୃଦ୍ଧି ପାଇବ । ଏବେ ଖରା ହେଉଥିବା କାରଣରୁ ଅପରାହ୍ନରେ ମତଦାନ ଅଧିକ ହୋଇପାରେ । ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବାକୁ ପୋଲିଂ ବୁଥ୍ ଗୁଡିକରେ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରାଯାଇଛି ।