ଆପଣ ଏଭଳି ଖବର ଶୁଣିଥିବେ ଯେ ଟ୍ରେନରେ ଯାତାୟତ କରୁଥିବା ସମୟରେ ଟିଟିଆଇ ଟଙ୍କା ନେଇ ସିଟ୍ ବିକ୍ରି କରିଥିବେ କିମ୍ବା ଯାତ୍ରୀଙ୍କୁ ଖରାପ ବ୍ୟବହାର କରିଥିବା ଘଟଣା ଶୁଣିଥିବେ । କିନ୍ତୁ କେହି ଟିଟି ଭଗବାନ ହୋଇ ଯାତ୍ରୀଙ୍କ ପାଇଁ ଆସିଥିବା କଥା କେବେ ଶୁଣିଛନ୍ତି । ଘଟଣାଟି କିଛି ଏଭଳି । ଟ୍ରେନରେ ଯାଉଥିବା ଜଣେ ଗର୍ଭବତୀ ଯାତ୍ରୀଙ୍କ ପାଇଁ କେହି ଡାକ୍ତର ଉପସ୍ଥିତ ନଥିବାରୁ ଜଣେ ଟିଟି ଡାକ୍ତର ହୋଇ ଡେଲିଭରି କରିଛନ୍ତି ।
ରେଲୱେର ଦିଲ୍ଲୀ ଡିଭିଜନ୍ ରେ ଟିଟି ଏଚଏସ୍ ରାଣାଙ୍କୁ ରାତିରେ ଯେତେବେଳେ ଜ୍ଞାତ ହେଲା ଯେ ଟ୍ରେନରେ ଯାତ୍ରା କରୁଥିବା ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବପୀଡା ହେଉଛି ଏବଂ ତାଙ୍କୁ ଜଣେ ଡାକ୍ତରଙ୍କ ଆବଶ୍ୟକତା ଅଛି । ସେ ତୁରନ୍ତ ଟିକେଟ୍ ଲିଷ୍ଟରେ କେହି ଡାକ୍ତର ଥିବା ନେଇ ଖୋଜିଲେ କିନ୍ତୁ ସେଥିରେ ସେ ଅସଫଳ ହେବାରୁ ସେ ନିଜେ ଗର୍ଭବତୀଙ୍କ ପାଖରେ ପହଂଚିଥିଲେ । ଟିଟି ରାଣା ଏବଂ ଅନ୍ୟ ଯାତ୍ରୀଙ୍କ ସାହାଯ୍ୟରେ ମହିଳା ଜଣକ ଏକ ସୁସ୍ଥ ଛୁଆକୁ ଜନ୍ମ ଦେଇଥିଲେ ।
ଟିଟି ଏଚଏସ୍ ରାଣାଙ୍କ ଏହି ମହତ୍ କାମକୁ ରେଳ ମନ୍ତ୍ରାଳୟ ତରଫରୁ ପ୍ରଶଂସା କରାଯାଇଛି । ଟିଟି ରାଣାଙ୍କ ଏହି କାମକୁ ସୋସିଆଲ୍ ମିଡିଆରେ ମଧ୍ୟ ଖୁବ୍ ପ୍ରଶଂସା କରାଯାଇଛି ।
Follow Us
/kanak/media/post_attachments/wp-content/uploads/2019/06/d8_ysxhvuaavpsj_061419020323-300x222.jpg)
/kanak/media/post_attachments/wp-content/uploads/2019/06/flickr-nadir-hashmi_6547_060916023352_061419020323-300x222.jpg)