କନକ ବ୍ୟୁରୋ: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନର ଆସିଲା ଅଷ୍ଟମ ରାଉଣ୍ଡ ଫଳାଫଳ । ଅଷ୍ଟମ ପର୍ଯ୍ୟାୟ ଭୋଟ୍ ଗଣତି ଶେଷ ସୁଦ୍ଧା ତିର୍ତ୍ତୋଲ ଆସନରେ ଆଗରେ ବିଜେଡି ରହିଥିବା ବେଳେ ଦେଖିବାକୁ ମିଳିଛି କିନ୍ତୁ ରୋଚକ ଚିତ୍ର । ନିର୍ବାଚନ ରଣାଙ୍ଗନାରେ ହଠାତ୍ ବଦଳି ଗଲା ସମୀକରଣ । ସବୁ ରାଉଣ୍ଡରେ ଦ୍ୱିତୀୟରେ ରହୁଥିବା ବିଜେପି କିନ୍ତୁ ତିର୍ତ୍ତୋଲରେ ଅଷ୍ଟମ ରାଉଣ୍ଡ ଭୋଟ ଗଣତିରେ ହାତ ଉଠିଛି । ଅର୍ଥାତ୍ ତିର୍ତ୍ତୋଲ ଅଷ୍ଟମ ପର୍ଯ୍ୟାୟ ଶେଷ ସୁଦ୍ଧା ବିଜେଡି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବିଜେପିକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ ।
ତିର୍ତ୍ତୋଲ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୩ ହଜାର ୫୧୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସକୁ ମିଳିଛି ୧୫ ଶହ ୪୮ଟି ଭୋଟ୍ । ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ମିଳିଛି ମାତ୍ର ୧୨୨୫ଟି ଭୋଟ୍ । ତେବେ ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ବିଜେପିଠାରୁ ମୋଟ୍ ୧୩ ହଜାର ୨୧ ଖଣ୍ଡ ଭୋଟରେ ଆଗୁଆ ରହିଛି ବିଜୁ ବାହିନୀ ।