ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ: ଦଶହରା ପରେ ଅଫଲାଇନରେ ହେବ ପାଠପଢ଼ା 

367

କନକ ବ୍ୟୁରୋ: ଦଶହରା ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ । ଅର୍ଥାତ ପୂଜା ଛୁଟି ପରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲକୁ ଆସି ପାଠ ପଢିବେ । ସେହପିରି ଯୁକ୍ତ ଦୁଇ ପ୍ରଥମବର୍ଷ ଛାତ୍ରଛାତ୍ରୀ ମଧ୍ୟ ଶ୍ରେଣୀଗୃହ ପାଠପଢାରେ ଭାଗନେବେ । ଏବେ କେବଳ ନବମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଅଫଲାଇନ ପାଠପଢା ଚାଲିଛି ।

କରୋନା ସଂକ୍ରମଣର ସ୍ଥିତିକୁ ଦେଖି ସରକାର ଧିରେଧିରେ ଶ୍ରେଣୀଗୃହ ପାଠପଢା ବାବଦରେ ନିଷ୍ପତି କରୁଛନ୍ତି । ଏବେ ସଂକ୍ରମଣ କମିଥିବାରୁ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ନିଷ୍ପତି ହୋଇଛି । ଆଗକୁ ସ୍ଥିତି ଦେଖି ପ୍ରଥମରୁ ଅଷ୍ଟମ ଯାଏଁ ଖୋଲିବାକୁ ନିଷ୍ପତି କରିପାରନ୍ତି ସରକାର । ଅନଲାଇନ ପାଠପଢାରେ ବିଭିନ୍ନ ପ୍ରକାର ସମସ୍ୟା ହେଉଥିବାରୁ ସବୁ ଶ୍ରେଣୀର ଅଫଲାଇନ ପାଠପଢା ଆରମ୍ଭ କରିବାକୁ ଦାବି ହେଉଛି ।