ବିଦେଶ ମାଟିରେ ମହକିଲା ଓଡିଆ କଳା ,ସିଙ୍ଗାପୁର ଓଡ଼ିଆ ସମାଜ ଦ୍ଵାରା ୮୯ତମ ଉତ୍କଳ ଦିବସ ପାଳନ ।

151

କନକବ୍ୟୁରୋ: ସିଙ୍ଗାପୁରରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ୱାରା ୮୯ତମ ଉତ୍କଳ ଦିବସ ପାଳନ । ସିଙ୍ଗାପୁର ଓଡ଼ିଆ ସମାଜ ଏବଂ ସିଙ୍ଗାପୁର ସ୍ଥିତ ଭାରତୀୟ ଦୂତାବାସର ମିଳିତ ସହଯୋଗରେ ଆୟୋଜିତ ଏହି ଭବ୍ୟ ମହୋତ୍ସବ ବିଦେଶ ଭୂମିରେ ପାଳନ କରାଯାଇଛି । ଓଡିଶାର କଳା ସାହିତ୍ୟକୁ ପରିବେଶଷ କରାଯାଇଥିଲା । ଗ୍ରାସରୁଟସ କ୍ଲବ ପକ୍ଷରୁ ଖୁବ ସୁନ୍ଦର ଭାବେ ସଜାଯାଇ ପରିବେଶଷ କରାଯାଇଥିଲା । ଏହି ସମାରୋହରେ ୩୦୦ ରୁ ଉର୍ଦ୍ଧ୍ୱ ଓଡ଼ିଆ ଯୋଗ ଦେଇଥିଲେ । କାର୍ୟ୍ୟକ୍ରମର ପ୍ରାରମ୍ଭରେ ଓଡ଼ିଶାର ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲା।

ଏହାପରେ ସମ୍ମାନିତ ଅତିଥି ସିଙ୍ଗାପୁର ଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଡଃ ଶିଳ୍ପକ ଅମ୍ବୁଲେ ଦୀପପ୍ରଜ୍ଜଳ୍ୱନ କରିଥିଲେ । ସିଙ୍ଗାପୁର ଓଡ଼ିଆ ସମାଜର ସଭାପତି ସୁବ୍ରତ ନାୟକ ଏବଂ ସମ୍ପାଦକ ହେମନ୍ତ ରାଉତ, ଡଃ ଅମ୍ବୁଲେଙ୍କୁ ଓଡ଼ିଶାର ଅଙ୍ଗବସ୍ତ୍ର ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ। ପରିଶେଷରେ ଉତ୍ସବର ବିଶେଷ ରଙ୍ଗାରଙ୍ଗା ସାସ୍କୃତିକ ପରିବେଶଷ କରାଯାଇଥିଲା ଓ କୁନି ପିଲାମାନଙ୍କ ଦ୍ୱାରା ମଞ୍ଚସ୍ଥ ରାମାୟଣ ନାଟକ ଏବଂ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କୁ ଆର୍କିଷିତ କରିଥିଲା କଣ୍ଠଶିଳ୍ପୀ ମାନେ ମଧ୍ୟ ନିଜର ସଂଗୀତ ପରିବେଶଷ କରିଥିଲେ । ଏହାପରେ ବ୍ୟାଡମିଣ୍ଟନ ଚେସ କୁଇଜ ଆଦି ପ୍ରତିଯୋଗୀତା କରାଯାଇଥିଲା

ଏଥିସହ ଉତ୍କଳ ଦିବସକୁ ସଫଳତାର ସହିତ ଆୟୋଜନ କରିବାରେ ସିଙ୍ଗାପୁର ଓଡ଼ିଆ ସମାଜର ସଭାପତି ସୁବ୍ରତ ନାୟକ, ସମ୍ପାଦକ ହେମନ୍ତ ରାଉତ, ଉପସଭାପତି ରୂପକ ସାହୁ,ସହସମ୍ପାଦକ ଲୋପାମୁଦ୍ରା ବେହେରା, କୋଷାଧ୍ୟକ୍ଷ ସଞ୍ଜୀବ ସାହୁ, ସହ କୋଷାଧ୍ୟକ୍ଷ ସୌମ୍ୟ ପାଲ , କାର୍ୟ୍ୟକାରୀ କମିଟି ସଦସ୍ୟ ସ୍ୱାଗତିକା ବିଶ୍ଵାଳ, ଧର୍ମ ନିରଞ୍ଜନ ଆଚାର୍ୟ୍ୟ, ଦୀନେଶ ମହାପାତ୍ର, ଲଗ୍ନଜୀତ ପଟ୍ଟନାୟକ, ନିରଞ୍ଜନ ବିଶ୍ୱାଳ, ପ୍ରସନ୍ନ କୁମାର ଜେନା, ପ୍ରମୋଦ ସାହୁ, ରଞ୍ଜିତ ସାହୁ, ସିତାଂଶୁ ଗଡ଼ନାୟକ, ସୋମେଶ୍ୱର ଶର୍ମା, ଅଡିଟର ରଞ୍ଜନ ସାହୁ ଓ ତିରୁମୂଲା ପାତ୍ର, ଉପଦେଷ୍ଟା ବୃନ୍ଦ ଯଥା ଆଲୋକ ପଣ୍ଡା, ଶରତ ମହାନ୍ତି, ଶୁଭଦିପ୍ତ ତ୍ରିପାଠୀ, ବସନ୍ତ ଦାଶ ଏବଂ ସବ୍ୟସାଚୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।