ଶେଷ ହେଲା ମାଆ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡିର ଗଣତି । ଦାନବାକ୍ସରୁ ମିଳିଲା ୮୯ ଲକ୍ଷରୁ ଅଧିକ ଟଙ୍କା ।

820

କନକ ବ୍ୟୁରୋ: ଶେଷ ହେଲା ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିରର ହୁଣ୍ଡିର ଗଣତି । ମନ୍ଦିର ପରିସରରେ ଥିବା ୯ଟି ଦାନ ବାକ୍ସରୁ ନଗଦ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା ମିଳିଛି । ସେହିପରି ୬୨ ଗ୍ରାମ ସୁନା, ରୂପା ୨ କେଜି ୩୦୦ ଗ୍ରାମ ଓ ୬୬ଟି ବିଦେଶୀ ମୁଦ୍ରା ହୁଣ୍ଡିରୁ ମିଳିଛି । ଏହାଛଡା ଅଚଳ ୨ହଜାର ଟଙ୍କା ୩ଟା ଓ ୫ଶହ ଟଙ୍କା ୬ଟି ହସ୍ତଗତ ହୋଇଛି । ଦାନବାକ୍ସରୁ ମିଳିଥିବା ଅର୍ଥ ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ ମୁଖ୍ୟ ଶାଖାରେ ଜମା କରାଯାଇଛି । ସେହିପରି ସୁନା ଓ ରୁପାକୁ ମନ୍ଦିର ଅଫିସରେ ରଖାଯାଇଛି । ବ୍ୟାଙ୍କରେ ଜମା ଅର୍ଥରୁ ମିଳୁଥିବା ସୁଧରେ ମନ୍ଦିରର ପାରିପାଶ୍ୱର୍ିକ ଉନ୍ନତି ସହ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ଖର୍ଚ୍ଚ କରାଯିବ ବୋଲି ପରିଚାଳନା କମିଟିର ଟ୍ରଷ୍ଟି କହିଛନ୍ତି । ସ୍ଥାନୀୟ ତହସିଲଦାରଙ୍କ ତତ୍ୱାବଧାନରେ ମନ୍ଦିର ପରଚାଳନା କମିଟିର କର୍ମକର୍ତାଙ୍କ ଉପସ୍ଥିତିରେ ଗଣତି ଆରମ୍ଭ ହୋଇଥିଲା । ପୋଲିସର କଡାସୁରକ୍ଷା ବଳୟରେ ସକାଳ ୯ଟାରୁ ରାତି ୮ଟା ଯାଏଁ ୨ଶହରୁ ଅଧିକ କର୍ମକର୍ତା ଗଣତି କରିଥିଲେ ।