ପେନସନ ନୁହେଁ କାହାର ଦାନ କିମ୍ବା ବଦାନ୍ୟତା: ଜୟପୁରର ୮୮ ବର୍ଷୀୟ ନିଳକଣ୍ଠଙ୍କୁ ସମସ୍ତ ପ୍ରାପ୍ୟ ଦେବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

115

କନକ ବ୍ୟୁରୋ: ପେନସନ କାହାର ଦାନ କିମ୍ବା ବଦାନ୍ୟତା ନୁହେଁ । ବରଂ ଦୀର୍ଘଦିନ ଧରି ଜଣେ ନିଜ କାର୍ଯ୍ୟ ଦ୍ୱାରା ଯେଉଁ ସେବା ଯୋଗାଇଥାଏ, ସେଥିପାଇଁ ସମ୍ପୃକ୍ତ ବ୍ୟକ୍ତି ପେନସନ୍ ପାଇବାକୁ ହକଦାର ହୋଇଥାଏ ବୋଲି କହିଛନ୍ତି ହାଇକୋର୍ଟ । ଏକ ମାମଲାର ଶୁଣାଣି କରି ୮୮ ବୟସ ଆବେଦନ କାରୀଙ୍କୁ ସମସ୍ତ ପ୍ରାପ୍ୟ ୩ ମାସ ଭିତରେ ପ୍ରଦାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଜୟପୁର ସହରର ନିଳକଣ୍ଠ ପଣ୍ଡା ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗରେ ଅନୁସଚିବ ପଦରୁ ୧୯୯୩ ମସିହାରେ ଅବସର ଗ୍ରହଣ କରିଥିଲେ । ଅବସର ପରେ ସେ ଏକ ପ୍ରକଳ୍ପ ରେ ଠିକା କର୍ମଚାରୀ ରୁପେ ୨ ବର୍ଷ କାମ କରିଥିଲେ । ଏହି ସମୟରେ ଠିକା ସସ୍ଥାଂ ଦେଉଥିବା ଦରମା ଓ ଚାକିରି ରୁ ଅବସରରେ ମିଳୁଥିବା ପେନସନ କୁ ନେଇ ବିବାଦ ଉଠିଥିଲା । ପେନସନରେ ମିଳୁଥିବା ଅତିରିକ୍ତ ବୃଦ୍ଧିି ଭତାକୁ ସରକାର ବନ୍ଦ କରିଦେଇଥିଲେ । ଯାହାକୁ ନେଇ ନିଳକଣ୍ଠ କୋର୍ଟର ଆଶ୍ରୟ ନେଇଥିଲେ । ପ୍ରଥମେ ତଳ କୋର୍ଟ ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦୀର୍ଘ ୨୮ ବର୍ଷ ପରେ କୋର୍ଟ ଚୁଡ଼ାନ୍ତ ରାୟ ଶୁଣାଇଛନ୍ତି । ୩ ମାସ ଭିତରେ ସମସ୍ତ ବକେୟା ପ୍ରାପ୍ୟ ନିଳକଣ୍ଠଙ୍କୁ ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିଳକଣ୍ଠ ବର୍ତମାନ ଜୟପୁର ସହରର ମାଦଳା ସାହିରେ ନିଜ ପରିବାର ସହ ରହୁଛନ୍ତି ।