କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ଭାଇରସ । ଆଜି ପୁଣି ଚିହ୍ନଟ ହେଲେ ୮୭ ପଜିଟିଭ୍ । ଯେଉଁଥିରେ ସ୍ଥାନୀୟ ଅଞ୍ଚଳରୁ ୪୬ ଜଣ ରହିଥିବାବେଳେ ସଙ୍ଗରୋଧ କେନ୍ଦ୍ରରୁ ୪୧ଟି କୋଭିଡ୍ ମାମଲା ଆସିଛି ।
ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ ।
Update on newly detected & cured #COVID19 cases in the last 24 hrs under the BMC area on 18th July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/ZVULHbOrFU— BMC (@bmcbbsr) July 18, 2020
ଅନ୍ୟପଟେ ରାଜଧାନୀବାସୀଙ୍କୁ ଆଶ୍ୱସ୍ତିକର ଖବର କି , ଆଉ ୩୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୩୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୨୪ ରହିଛି । ସେହିଭଳି ଏଯାଏଁ ମୋଟ୍ ୪୯୪ ଜଣ ସୁସ୍ଥ ହୋଇଥିବାବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ସୂଚନା ଦେଇଛି ।