କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୮ ହଜାର ୬୬୫ କରୋନା ପଜିଟିଭ । ହେଲେ ଯେଉଁ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା ଆଗରେ ଏହି ସୁସ୍ଥ ସଂଖ୍ୟା କିଛି ବି ନୁହେଁ । ଆଜି ଗୋଟିଏ ଦିନରେ ୧୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ସରକାରଙ୍କ ଚିନ୍ତା ବଢାଇ ଦେଇଛି ।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୪୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୬୨୮, କଟକରୁ ୪୪୪, ନବରଙ୍ଗପୁରରୁ ୩୧୮, ଝାରସୁଗୁଡାରୁ ୪୫୮, ଅନୁଗୁଳରୁ ୫୨୮, ମୟୂରଭଞ୍ଜରୁ ୨୪୩, ସମ୍ବଲପୁରରୁ ୩୮୧, ନୂଆପଡାରୁ ୪୦୪, ପୁରୀରୁ ୪୩୪, ବରଗଡରୁ ୩୬୩, ଯାଜପୁରରୁ ୨୭୪, ବଲାଙ୍ଗିରିରୁ ୩୨୪, କେନ୍ଦୁଝରରୁ ୧୬୭, ଗଞ୍ଜାମରୁ ୨୯୦, ବାଲେଶ୍ୱରରୁ ୩୦୧, ଗଜପତିରୁ ୧୦୯, ରାୟଗଡାରୁ ୧୩୨, କଳାହାଣ୍ଡିରୁ ୨୩୫, ନୟାଗଡରୁ ୨୦୬, ସୋନପୁରରୁ ୧୪୦, ଜଗତସିଂହପୁରରୁ ୧୭୨, ଦେବଗଡରୁ ୬୭, କେନ୍ଦ୍ରାପଡାରୁ ୧୨୦, କୋରାପୁଟରୁ ୧୧୯, ଭଦ୍ରକରୁ ୬୩, କନ୍ଧମାଳରୁ ୪୩, ମାଲକାନଗିରିରୁ ୭୨, ଢେଙ୍କାନାଳରୁ ୪୭ ଓ ବୌଦ୍ଧରୁ ୧୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।