ଭୂତାଣୁ ଭିତରେ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୮,୫୪୭ କରୋନା ଆକ୍ରାନ୍ତ

Advertisment
ଲୋକ ଓ ପ୍ରଶାସନର ବେଖାତିର ମନୋଭାବ ପାଇଁ ବଢିଲା ସଂକ୍ରମଣ । ଭାରତରେ କରୋନା ସଂକ୍ରମଣ ପାଇଁ ଧାର୍ମିକ ଓ ରାଜନୈତିକ ଘଟଣାବଳିକୁ ଦାୟୀ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୮ ହଜାର ୫୪୭ କରୋନା ପଜିଟିଭ । ହେଲେ ଯେଉଁ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା ଆଗରେ ଏହି ସୁସ୍ଥ ସଂଖ୍ୟା କିଛି ବି ନୁହେଁ । ଆଜି ଗୋଟିଏ ଦିନରେ ୧୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ସରକାରଙ୍କ ଚିନ୍ତା ବଢାଇ ଦେଇଛି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୬୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୫୯୧, କଟକରୁ ୫୯୩, ନବରଙ୍ଗପୁରରୁ ୨୬୪, ଝାରସୁଗୁଡାରୁ ୩୨୫, ଅନୁଗୁଳରୁ ୩୪୨, ମୟୂରଭଞ୍ଜରୁ ୧୯୦, ସମ୍ବଲପୁରରୁ ୫୧୮, ନୂଆପଡାରୁ ୪୧୧, ପୁରୀରୁ ୪୦୨, ବରଗଡରୁ ୪୩୬, ଯାଜପୁରରୁ ୧୦୫, ବଲାଙ୍ଗିରିରୁ ୩୦୫, କେନ୍ଦୁଝରରୁ ୧୦୩, ଗଞ୍ଜାମରୁ ୨୩୬, ବାଲେଶ୍ୱରରୁ ୧୭୮, ଗଜପତିରୁ ୧୨୩, ରାୟଗଡାରୁ ୩୩୭, କଳାହାଣ୍ଡିରୁ ୨୩୫, ନୟାଗଡରୁ ୨୩୯, ସୋନପୁରରୁ ୧୭୩, ଜଗତସିଂହପୁରରୁ ୧୪୫, ଦେବଗଡରୁ ୫୫, କେନ୍ଦ୍ରାପଡାରୁ ୧୩୩, କୋରାପୁଟରୁ ୧୦୯, ଭଦ୍ରକରୁ ୩୫୦, କନ୍ଧମାଳରୁ ୫୯, ମାଲକାନଗିରିରୁ ୪୬, ଢେଙ୍କାନାଳରୁ ୮୯ ଓ ବୌଦ୍ଧରୁ ୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe