କନକ ବ୍ୟୁରୋ: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହେଲେ ଆଉ ୮୫୩ ନୂଆ କୋଭିଡ୍ ପଜିଟିଭ୍ । ଯେଉଁମାନଙ୍କ ମଧ୍ୟରେ ୪୯୬ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୩୫୭ ଜଣ ସଂକ୍ରମିତ ସ୍ଥାନୀୟ ସଂକ୍ରମିତ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦୦ ଜଣ ପିଲା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୮୫୩ ନୂଆ ସଂକ୍ରମିତ ଚିହ୍ନଟ । କ୍ୱାରେଣ୍ଟାଇନରୁ ୪୯୬, ସ୍ଥାନୀୟ ସଂକ୍ରମିତ ୩୫୭ । ସଂକ୍ରମିତଙ୍କ ମଧ୍ୟରେ ୧୦୦ ଜଣଙ୍କ ବୟସ ୧୮ ବର୍ଷରୁ କମ୍ । @HFWOdisha#COVID19#Odishapic.twitter.com/bjPH9Zpj4z
— Kanak News (@kanak_news) August 22, 2021
ତେବେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୬ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୨୯, ବାଲେଶ୍ୱରରୁ ୪୬, ବରଗଡରୁ ୧୨, ଭଦ୍ରକରୁ ୧୮, କଟକରୁ ୧୪୦, ଜଗତସିଂହପୁରରୁ ୩୨, ଯାଜପୁରରୁ ୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ପାର୍ କରିଛି । ତେବେ ଏବେ ବି ରାଜ୍ୟରେ ୯୩୦୨ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୯ ମୃତ୍ୟୁର ହିସାବ ଦେଇଛନ୍ତି ରାଜ୍ୟ ସରକାର । ଏହାକୁ ମିଶାଇ ରାଜ୍ୟରେ କୋଭିଡ ଜନିତ ମୃତ୍ୟୁସଂଖ୍ୟା ୭୩୫୮କୁ ବୃଦ୍ଧି ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/08/QT-Covid-positive.jpg)