ବାର୍ଦ୍ଧକ୍ୟ ଦେଇପାରିଲାନି ବାଧା । ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ଖଟିଆରେ ବୁହା ହୋଇ ଆସିଲେ ବୃଦ୍ଧ, ନିଜ ମନ ପସନ୍ଦର ପ୍ରାର୍ଥଙ୍କୁ ଦେଲେ ଭୋଟ ।

Advertisment
ବାର୍ଦ୍ଧକ୍ୟ ଦେଇପାରିଲାନି ବାଧା । ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ଖଟିଆରେ ବୁହା ହୋଇ ଆସିଲେ ବୃଦ୍ଧ, ନିଜ ମନ ପସନ୍ଦର ପ୍ରାର୍ଥଙ୍କୁ ଦେଲେ ଭୋଟ ।

କନକ ବ୍ୟୁରୋ :ପଞ୍ଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ସମସ୍ତଙ୍କ ମନରେ ଉତ୍ସାହ ରହିଛି । କିଏ ସହରରୁ ଗାଁକୁ ଫେରିଛି, ତ ଆଉ କିଏ କାମ ଛାଡି ଭୋଟ କେନ୍ଦ୍ରରେ ପହଞ୍ଚିଛି । ଗୋଟିଏ ଲକ୍ଷ୍ୟ ନିଜ ମତାଧିକାର ସାବ୍ୟସ୍ତ କରିବୁ, ଠିକ୍ ପ୍ରାର୍ଥୀଙ୍କୁ ବାଛିବୁ । ଯିଏ ସୁଖରେ ଦୁଃଖରେ ପାଖରେ ଛିଡା ହେଉଥିବ । ଆଉ ସେହିଭଳି ଜଣେ ପ୍ରାର୍ଥୀଙ୍କୁ ବାଛିବା ପାଇଁ ଖଟିଆରେ ଆସିଛନ୍ତି ବୃଦ୍ଧ । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବା ପାଇଁ ବାଧା ଦେଇପାରିନି ବାର୍ଦ୍ଧକ୍ୟ ।

ସୁନ୍ଦରଗଡ଼ କୁତ୍ରା ବ୍ଲକ ଡ଼ାହିଜୀରା ଗାଁରେ ଜଣେ ବୃଦ୍ଧ ଭୋଟର ଖଟରେ ବୁହା ହୋଇ ମତଦାନ କେନ୍ଦ୍ରକୁ ଆସିଥିବାର ଚିତ୍ର ଦେଖିବାକୁ ମିଳିଛି । ଭୋଟ୍ ଦେବା ପାଇଁ ଖଟରେ ଆସିଥିବା ଭୋଟରଙ୍କ ବୟସ ୮୫ ବର୍ଷ । ବାର୍ଦ୍ଧକ୍ୟ ଯୋଗୁଁ ସେ ବିଛଣାରେ ପଡ଼ି ରହିଥିଲେ । ତେବେ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ଇଛା କରିବାକୁ ପରିବାର ଲୋକ ତାଙ୍କୁ ଭୋଟ ଦେବା ପାଇଁ ଆଣିଥିଲେ । ଏହି ବୃଦ୍ଧ ଜଣକ ଭୋଟ କେନ୍ଦ୍ରକୁ ଆସି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଯେଉଁଠି ଅନେକ ଲୋକ ଭୋଟ ଦେବାକୁ ପଛଘୁଞ୍ଚା ଦିଅନ୍ତି, ସେଠାରେ ୮୫ ବର୍ଷର ଜଣେ ବୃଦ୍ଧଙ୍କ ମନରେ ଭୋଟ ଦେବାକୁ ଯେଉଁ ଉତ୍ସାହ ରହିଛି ତାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe