କନକ ବ୍ୟୁରୋ : ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିବାକୁ ନିର୍ବାଚନ କମିଶନର ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏଥିରେ ସେ ଦେଶରେ ଥିବା ଦିବ୍ୟାଙ୍ଗ ଓ ୮୫ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ଏହି ବର୍ଗର ଭୋଟରମାନେ ଘରେ ରହି ଭୋଟ ଦେଇପାରିବେ । ଏନେଇ ନିର୍ବାଚନ ପରିଚାଳକଙ୍କ ତରଫରୁ ସେମାନଙ୍କ ନିକଟକୁ ଫର୍ମ ପଠାଯିବ । ଏହାଦ୍ୱାରା ସେମାନେ ପୋଲିଂ ଷ୍ଟେସନକୁ ନ ଆସି ଘରେ ରହି ଭୋଟ ଦେଇପାରିବେ । ଯଦି ଏହି ବର୍ଗର କୌଣସି ଭୋଟର ପୋଲିଂ ବୁଥକୁ ଆସନ୍ତି ତେବେ ପୋଲିଂ ବୁଥରେ ଥିବା ସହାୟକମାନଙ୍କ ସହାୟତାରେ ସେମାନେ ଭୋଟ ଦେଇପାରିବେ ।

ନିର୍ବାଚନ କମିଶନ ରାଜୀବ କୁମାରଙ୍କ ସୂଚନା ମୁତାବକ ଚଳିତ ଥର ୮୮.୪୦ ଲକ୍ଷ ଦିବ୍ୟାଙ୍ଗ ଭୋଟର ମତଦାନ କରିବେ । ରାଜୀବ କୁମାର କହିଛନ୍ତି କି, କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରତିଟି ବୁଥରେ ଭୋଟରଙ୍କ ପାଇଁ ସମାନ ସୁବିଧା ଯୋଗାଇ ଦିଆଯିବ ।

କାହାକୁ ମିଳିବ ଘରେ ରହି ଭୋଟ ଦେବାର ସୁବିଧା
୮୫ ବର୍ଷରୁ ଅଧିକ ବୟସ୍କ
୪୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ