କଲମ୍ବୋ ବିସ୍ଫୋରଣରେ ୧୮୫ ରେ ପହଂଚିଲା ମୃତକଙ୍କ ସଂଖ୍ୟା ! ଫଟୋରେ ଫଟୋରେ ଦେଖନ୍ତୁ କଲମ୍ବୋରେ ହୋଇଥିବା ବିସ୍ଫୋରଣର ଲୋମଟାଙ୍କୁରା ଚିତ୍ର ।

563

ଶ୍ରୀଲଙ୍କାର ରାଜଧାନୀ କୋଲମ୍ବୋରେ ରବିବାର ଅନେକ ସ୍ଥାନରେ ଖ୍ରୀଷ୍ଟିୟାନ୍ ସଂପ୍ରଦାୟର ପବିତ୍ର ଇଷ୍ଟର ପର୍ବ ସମୟରେ ଚର୍ଚ୍ଚ ଏବଂ ହୋଟେଲକୁ ଟାର୍ଗେଟ୍ କରାଯାଇଛି ।

୩ ଟି ଚର୍ଚ୍ଚରେ ଏବଂ ଅନ୍ୟ ୨ ଟି ହୋଟେଲରେ ୬ ଟି ବଡ ଧରଣର ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୧୮୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଏହି ବିସ୍ଫୋରଣ ଖୁବ୍ ଭୀଷଣ ଥିଲା । ଯେଉଁଥିରେ ମୃତକଙ୍କ ସହ ଆହତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

ହୋଟେଲରେ ମଧ୍ୟ ବିସ୍ଫୋରଣର ଖବର ଆସୁଛି କିନ୍ତୁ ଏଥିରେ କେତେ ଜଣ ଆହତ ହୋଇଛନ୍ତି ଏ ବିଷୟରେ କିଛି ସୂଚନା ମିଳିପାରିନାହିଁ । ତେବେ ଏହି ଘଟଣାରେ ଲଗାତାର ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ଏଥିମଧ୍ୟରେ ଆପାତ୍ତ କାଳୀନ ବୈଠକ ମଧ୍ୟ ଡକାଯାଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମସିନେ୍ଧ ଉପସ୍ଥିତ ଅଛନ୍ତି । ଦେଖନ୍ତୁ ଫଟୋରେ ଫଟୋରେ ବିସ୍ଫୋରଣର ଲୋମଟାଙ୍କୁରା ଚିତ୍ର ।