କନକ ବ୍ୟୁରୋ : କରୋନାଠାରୁ ବଳିଗଲା ଅଣକୋଭିଡ ମୃତ୍ୟୁ ।ମହାମାରୀ ସମୟରେ ଭୂତାଣୁ ସଂକ୍ରମିତ ମୃତ୍ୟୁ ଠାରୁ ଅଣକୋଭିଡଙ୍କ ମୃତ୍ୟୁ ହାର ୮୫ ଗୁଣ ଅଧିକ ରହିଛି । ଗତ ୮ ମାସରେ ୧ ଲକ୍ଷ ୪୧ ହଜାର କୋଭିଡ ସଂକ୍ରମିତ ହୋଇନଥିବା ବ୍ୟକ୍ତିଙ୍କ ଜୀବନ ଯାଇଛି । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ସରକାର ।
ସେହିପରି କରୋନା ପାଇଁ ଖର୍ଚ ହୋଇଛି ୨ ଶହ ୨୩ କୋଟି ଟଙ୍କା । କରୋନା ପରୀକ୍ଷା, ମୁକାବିଲା ଓ ରୋଗୀଙ୍କ ମାଗଣା ଚିକିତ୍ସା ଖର୍ଚର ହିସାବ ଦେଇଛନ୍ତି ସରକାର । ୨୩ ଜିଲ୍ଳାରୁ ଆସିଥିବା ତଥ୍ୟ ଅନୁସାରେ ୨ ଶହ ୨୩ କୋଟି ୮୭ ଲକ୍ଷ ୮୧ ହଜାର ୮ ଶହ ୭୬ ଟଙ୍କା ଖର୍ଚ ହୋଇଛି । ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତରରେ ସ୍ୱାସ୍ଥ୍ର୍ୟମନ୍ତ୍ରୀ ନବ ଦାସ ଏହି ଉତର ରଖିଛନ୍ତି ।