କନକ ବ୍ୟୁରୋ: ଓଡିଶା ସିଭିଲ ସର୍ଭିସ-୨୦୨୦ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ କଳିଙ୍ଗ ଆଇଏଏସ୍ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ବେଶ୍ ଭଲ ପ୍ରଦର୍ଶନ କରିଛନ୍ତି । ପ୍ରଥମ ୧୦ ଜଣଙ୍କ ରାଙ୍କ ମଧ୍ୟରୁ ଏହି ଅନୁଷ୍ଠାନରୁ ୪ ଜଣ ରହିଛନ୍ତି । ପ୍ରଥମ ସ୍ଥାନ ହାସଲ କରିଥିବା ତେଜସ୍ୱିନୀ ବେହେରା ଏଠାରେ ପ୍ରଶିକ୍ଷଣ ନେଉଥିଲେ ।

Advertisment

କଳିଙ୍ଗ ଆଇଏଏସ୍ ଅନୁଷ୍ଠାନର ଚନ୍ଦନ କୁମାର ନାୟକ ୧୪୯ ରାଙ୍କ, ସମ୍ବିତ ସମାଲ, ୧୭୧ ରାଙ୍କ, ଲିପିଲିପ୍ସା ପ୍ରିୟଦର୍ଶିନୀ ୨୮୬ ରାଙ୍କ, ସାୟନ୍ତିକା ଶୁଭଲକ୍ଷ୍ମୀ ୧୩୪ ରାଙ୍କ ରଖି ସଫଳତା ପାଇଛନ୍ତି । କଳିଙ୍ଗ ଆଇଏଏସ୍ ଅନୁଷ୍ଠାନର ପ୍ରତିଷ୍ଠାତା ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।