କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୮ ହଜାର ୪୦୧ କରୋନା ପଜିଟିଭ । ହେଲେ ଯେଉଁ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା ଆଗରେ ଏହି ସୁସ୍ଥ ସଂଖ୍ୟା କିଛି ବି ନୁହେଁ । ଆଜି ଗୋଟିଏ ଦିନରେ ୧୨ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ସରକାରଙ୍କ ଚିନ୍ତା ବଢାଇ ଦେଇଛି ।

Advertisment

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧,୮୨୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୯୩୧, କଟକରୁ ୪୮୧, ନବରଙ୍ଗପୁରରୁ ୩୪୬, ଝାରସୁଗୁଡାରୁ ୩୪୩, ଅନୁଗୁଳରୁ ୩୨୨, ମୟୂରଭଞ୍ଜରୁ ୩୦୮,ସମ୍ବଲପୁରରୁ ୩୦୭, ନୂଆପଡାରୁ ୨୯୭, ପୁରୀରୁ ୨୮୭, ବରଗଡରୁ ୨୭୦, ଯାଜପୁରରୁ ୨୪୦, ବଲାଙ୍ଗିରି ଓ କେନ୍ଦୁଝରରୁ ୨୩୪, ଗଞ୍ଜାମରୁ୨୨୨, ବାଲେଶ୍ୱରରୁ ୨୦୦, ଗଜପତିରୁ ୧୫୭, ରାୟଗଡାରୁ ୧୪୭, କଳାହାଣ୍ଡିରୁ ୧୨୩, ନୟାଗଡରୁ ୧୨୦, ସୋନପୁରରୁ ୧୧୨ ଜଗତସିଂହପୁରରୁ ୧୦୯, ଦେବଗଡରୁ ୯୬, କେନ୍ଦ୍ରାପଡାରୁ ୮୫, କୋରାପୁଟରୁ ୭୬, ଭଦ୍ରକରୁ ୬୭, କନ୍ଧମାଳରୁ ୫୩, ମାଲକାନଗିରିରୁ ୨୬, ଢେଙ୍କାନାଳରୁ ୨୫ ଓ ବୌଦ୍ଧରୁ ୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।