କନକ ବ୍ୟୁରୋ : ରାଜ୍ୟରେ ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୪୯ ଏବଂ ସ୍ଥାନୀୟ ଅଂଚଳରୁ ୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ରାଜ୍ୟର କଟକ ଜିଲ୍ଲାରେ ବଢିଛି କରୋନା ସଂଖ୍ୟା । କଟକ ଜିଲ୍ଲାରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Advertisment

ସେହିପରି ଅନୁଗୁଳ ୪, ବାଲେଶ୍ୱର ୧, ବରଗଡ ୯, ଭଦ୍ରକ ୧, ଗଞ୍ଜାମ ୨, ଜଗତସିଂହରପୁର ୨, ଯାଜପୁର ୫, କଳାହାଣ୍ଡି ୩, ଖୋର୍ଦ୍ଧା ୪, କୋରାପୁଟ ୧, ମୟୂରଭଞ୍ଜ ୩, ନବରଙ୍ଗପୁର ୧, ପୁରୀ ୩, ରାୟଗଡା ୫, ସମ୍ବଲପୁର ୪ ଚିହ୍ନଟ ହୋଇଛନ୍ତି । ସେହିଭଳି ସୁନ୍ଦରଗଡ ୧୦ ଏବଂ ଷ୍ଟେଟ ପୋଲରୁ ଜଣେ ଚିହ୍ନଟ । ୨୪ଘଣ୍ଟାରେ ଚିହ୍ନଟ ୮୪ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୪୮୯ରେ ପହଞ୍ଚିଛି । ଏଥି ସହିତ ରାଜ୍ୟରେ ସୁସ୍ଥତା ସଂଖ୍ୟା ୩,୩୫,୮୫୭କୁ ବୃଦ୍ଧି ପାଇଛି , ଏବଂ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୬୧ ରହିଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।