କନକ ବ୍ୟୁରୋ : କେରଳରେ ଭୟଙ୍କର ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମାଟି ଅତଡା ତଳୁ ଏପର୍ଯ୍ୟନ୍ତ ୮୪ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟ ସଂଖ୍ୟା ଆହୁରୀ ବଢ଼ିବା ଆଶଙ୍କା ରହିଛି । କେରଳ ୱାୟନାଡରେ ଭୀଷଣ ବର୍ଷା ଯୋଗୁ ଭୟଙ୍କର ଭୂସ୍ଖଳନ ହୋଇଛି । ମୃତକଙ୍କ ମଧ୍ୟରେ କିଛି ଛୋଟ ପିଲା ମଧ୍ୟ ରହିଥିବା କୁହାଯାଉଛି । ମାଟି ଅତଡ଼ା ତଳେ ୧୦୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ବାହାରକୁ ଆଣିବା ପାଇଁ ରେସକ୍ୟୁ ଅପରେସନକୁ ଜୋରଦାର କରାଯାଇଛି ।

Advertisment

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନାକୁ ନିୟୋଜିତ କରାଯାଇଛି । ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇଛନ୍ତି । ଏହା ସହ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ଲୋକଙ୍କୁ ୨ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେହିପରି ଆହତଙ୍କୁ ୫୦ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯିବ ।

ଭୟଙ୍କର ଭୂସ୍ଖଳନ, ଓ୍ୱାୟାନାଡ଼ରେ ପ୍ରଳୟ

- କେରଳ ଓ୍ୱାୟାନାଡ଼ରେ ପ୍ରଳୟ

- ଭୟଙ୍କର ଭୂସ୍ଖଳନରେ ଧ୍ୱଂସ ହେଲା ୨୦୦ରୁ ଅଧିକ ଘର

- ଶତାଧିକ ଲୋକଙ୍କ ମୃତ୍ୟୁ ସୂଚନା