ରିଲିଜ ହେଲା ‘୮୩’ର ଟ୍ରେଲର । ତାଜା ହେଲା ୧୯୮୩ ଐତିହାସିକ ବିଶ୍ୱକପ ବିଜୟର ସ୍ମୃତି ।

177

କନକ ବ୍ୟୁରୋ: ସବୁ ପ୍ରତିକ୍ଷାର ହେଲା ଅନ୍ତ, ରିଲିଜ ହେଲା ଅପକମିଙ୍ଗ ମୁଭି ୮୩ର ଟ୍ରେଲର । ଟିଜରଟି ପୁଣି ଥରେ ତାଜା କରିଛି ୧୯୮୩ ମସିହାରେ ଭାରତର ଐତିହାସିକ ବିଶ୍ୱକପ ବିଜୟର ସ୍ମୁତିକୁ । ଫିଲ୍ମରେ ଲିଡ ରୋଲରେ ନଜର ଆସିବେ ରଣବୀର ସିଂଙ୍କ ସହ ଦୀପିକା ପାଦୁକୋନ । ଟ୍ରେଲର ରିଲିଜ ପୂର୍ବରୁ ଟିଜରକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ ।

ତେବେ ନୂଆ ଚଳଚିତ୍ରର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି କବିର ଖାନ । ୫୯ ସେକେଣ୍ଡର ଏହି ଟିଜର ରଣବୀର ସିଂଙ୍କ ଧମାକାଦାର ଏଣ୍ଟ୍ରି ସହ ନୂଆ ଲୁକ ଦେଖିବାକୁ ମିଳିଛି । ଟିଜର ରିଲିଜ କରି ଫ୍ୟାନଙ୍କୁ ନିଆରା ଗିଫ୍ଟ ଦେଇଛନ୍ତି ରଣବୀର । ୧୯୮୩ ମସିହାରେ ଭାରତର ବିଶ୍ୱକପ ବିଜୟର ପ୍ରମୁଖ ନାୟକ କପିଲ ଦେବଙ୍କ ଭୂମିକା ଫିଲ୍ମରେ ବିଶେଷ ଭାବରେ ଦେଖିବାକୁ ମିଳିବ ।

ଭାରତୀୟ ଟିମର ଜଣେ ପ୍ରତିଭାବାନ ଅଲରାଉଣ୍ଡର ସହ ଅଧିନାୟକ ଭାବରେ ଭାରତକୁ ୧୯୮୩ ମସିହାରେ ବିଶ୍ୱକପ ଭେଟିଦେଇଥିଲେ କପିଲ । ଅପକମିଙ୍ଗ ସିନେମାଟି ୧୯୮୩ ମସିହାରେ ଭାରତର ଐତିହାସିକ ବିଶ୍ୱକପ ବିଜୟ ଉପରେ ଆଧାରିତ । ଆଗାମୀ ମାସ ଡିସେମ୍ବର ୨୪ରେ ବଡ ପରଦାକୁ ଆସିବ ଏହି ଚଳଚିତ୍ର ।

ସେହିପରି ଫିଲ୍ମ ରିଲିଜ ପୂର୍ବରୁ ଫିଲ୍ମର ଟ୍ରେଲର ନଭେମ୍ବର ୩୦ରେ ଆସିବ । ହିନ୍ଦୀ ,ତାମିଲ, କନ୍ନଡ, ତେଲୁଗୁ ଓ ମାଲାୟଲମ ଭାଷାରେ ରିଲିଜ ହେବ ୮୩ । ଏବେଠାରୁ ଚଳଚିତ୍ରକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଲାଣି । ଟିଜରକୁ ଦେଖି ପୁଣି ଥରେ ତାଜା ହେଲାଣି ଅତୀତର ସେ ସ୍ୱର୍ଣିମ ମୁହୂର୍ତ୍ତ । ତେବେ ଦେଖିବାକୁ ବାକି ରହିଲା ବଡ ପରଦାରେ ଫିଲ୍ମ କେତେ ଧମାଲ କରୁଛି ।