କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮,୩୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୬୫୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୬୫୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୭୪ ଜଣ ଆକ୍ରାନ୍ତ ଚିହ୍ନଟ ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୫୦୫ଜଣ, ବାଲେଶ୍ୱରରୁ ୪୫୨ ଜଣ, ବରଗଡ଼ରୁ ୨୭୯ ଜଣ, ଭଦ୍ରକରୁ ୧୧୭ଜଣ, ବଲାଙ୍ଗୀରରୁ ୧୧୯ ଜଣ, ବୌଦ୍ଧରୁ ୨୦୯ଜଣ, କଟକରୁ ୫୯୩ଜଣ, ଦେବଗଡରୁ ୫୫ ଜଣ, ଢେଙ୍କାନାଳରୁ ୪୦୭ଜଣ, ଗଜପତିରୁ ୮୫ ଜଣ, ଗଞ୍ଜାମରୁ ୧୨୯ ଜଣ, ଜଗତସିଂହପୁରରୁ ୨୮୦ ଜଣ, ଯାଜପୁରରୁ ୨୫୪ ଜଣ, ଝାରସୁଗୁଡାରୁ ୧୧୧ ଜଣ, କଳାହାଣ୍ଡିରୁ ୧୬୨ ଜଣ, କନ୍ଧମାଳରୁ ୯୦ ଜଣ, କେନ୍ଦ୍ରାପଡ଼ାରୁ ୩୩୧ଜଣ, କେଉଁଝରରୁ ୧୮୦ଜଣ, ଖୋର୍ଦ୍ଧାରୁ ୯୭୪ ଜଣ, କୋରାପୁଟରୁ ୧୯୮ ଜଣ, ମାଲକାନଗିରିରୁ ୧୦୩ଜଣ, ମୟୁରଭଞ୍ଜରୁ ୫୩୨ ଜଣ, ନବରଙ୍ଗପୁରରୁ ୨୦୫ ଜଣ, ନୟାଗଡ଼ରୁ ୨୮୩ଜଣ, ନୂଆପଡ଼ାରୁ ୫୩ ଜଣ, ପୁରୀରୁ ୪୦୫ ଜଣ, ରାୟଗଡ଼ାରୁ ୧୪୮ ଜଣ, ସମ୍ୱଲପୁରରୁ ୨୦୪ଜଣ, ସୋନପୁରରୁ ୧୨୩, ସୁନ୍ଦରଗଡ଼ରୁ ୪୬୫ ଓ ଷ୍ଟେଟ ପୁଲରୁ ୧୬୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୭,୬୪, ୯୯୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୬,୭୦,୫୨୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୯୧, ୬୬୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।