ପଦ୍ମପୁର ଉପକାରାଗାରକୁ ପଶିଲା କରୋନା : ୮୩ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ

108

କନକ ବ୍ୟୁରୋ : ପଦ୍ମପୁର ଉପକାରାଗାରକୁ ପଶିଲା କରୋନା । ପଦ୍ମପୁର ଉପକାରାଗାରରେ ଏକା ଥରକେ ୮୩ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ପଦ୍ମପୁର ଏସଡିଏମଓ ତହସିଲ ସାହୁ ସୂଚନା ଦେଇଛନ୍ତି । ସରକାରଙ୍କ ନିର୍ଦ୍ଦେଶ କ୍ରମେ କାରାଗାର ଅନ୍ତେବାସୀଙ୍କ କରୋନା ପରୀକ୍ଷା କରାଯାଇଥିଲା । ପ୍ରଥମେ ୩୦ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ୩୦ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ଜେଲରେ ଥିବା ୧୨୪ଜଣ ଅନ୍ତେବାସୀଙ୍କ କରୋନା ପରୀକ୍ଷା କରାଯିବାରୁ ୮୩ଜଣ ଅନ୍ତେବାସୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ପଜିଟିଭ ମଧ୍ୟରୁ ୫ଜଣ ପଦ୍ମପୁର କୋଭିଡ କେୟାର ସେଂଟରର ।