କନକ ବ୍ୟୁରୋ: ଶେଷରେ ବହୁ ଦିନର ପ୍ରତୀକ୍ଷାର ଅନ୍ତ ହୋଇଛି । ବହୁ ଦିନରୁ ଦର୍ଶକ ଅପେକ୍ଷା ପରେ ପୁଣି ଥରେ ସ୍କ୍ରିନରେ ରଣବିୀର ସିଂହଙ୍କୁ ଦେଖିବେ ଦର୍ଶକ । ତାଙ୍କ ଅଭିନୀତ ଫିଲ୍ମ ‘୮୩’ର ଟିଜର ରିଲିଜ୍ ହୋଇଛି । ମାତ୍ର ୫୯ ସେକେଣ୍ଡର ଏହି ଟିଜରରେ ଚକିତ ହୋଇଛନ୍ତି ଦର୍ଶକ । ଏଥିରେ ୧୯୮୩ ଜୁନ୍ ୨୩ ତାରିଖର ସେହି ଖାସ୍ ମୁହୂର୍ତ୍ତକୁ ଦେଖାଯାଇଛି , ଯେତେବେଳେ ପ୍ରଥମ ଥର ପାଇଁ ଭାରତ ବିଜୟର ଖୁବ୍ ନିକଟରେ ଥିଲା ।
ରେଲାଏନ୍ସ ଏଣ୍ଟରଟେନମେଣ୍ଟର ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ ହୋଇଥିବା ମାତ୍ର ୫୯ ସେକେଣ୍ଡେର ଏହି ଟିଜରରେ ହିଁ ଫିଲ୍ମର କ୍ଲାଇମାକ୍ସ ରହିଛି । ଫିଲ୍ମର ଏହି ମୁହୂର୍ତ୍ତକୁ କଳା ଧଳା ଚିତ୍ରରେ ଦେଖାଯାଇଛି । ଠିକ୍ ସେହିଭଳି, ଯେପରି ସେହି ସମୟରେ ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଟିଭିରେ ଦେଖିବାକୁ ମିଳିଥିଲା । ଘଟଣାବଳୀକୁ ପୁରା ବାସ୍ତବ ଢଙ୍ଗରେ ଦେଖାଇବାକୁ ଚେଷ୍ଟା କରାଯାଇଛି । ଏହି ଫିଲ୍ମର ଟ୍ରେଲର ନଭେମ୍ବର ୩୦ ତାରିଖରେ ରିଲିଜ୍ ହେବ ।
The greatest Story.
The greatest Glory.
83 RELEASING IN CINEMAS ON 24TH DEC, 2021, in Hindi, Tamil, Telugu, Kannada and Malayalam.
Teaser out now.
Trailer out on 30th Nov.#ThisIs83@ikamalhaasan@iamnagarjuna#KicchaSudeep@PrithviOfficial@RKFI@AnnapurnaStdiospic.twitter.com/alsF6QlaBf— Ranveer Singh (@RanveerOfficial) November 26, 2021
କ୍ରିକେଟ ଲିଜେଣ୍ଡ କପିଲ ଦେବଙ୍କ ବାୟୋପିକରେ ଦେଖିବାକୁ ମିଳିଛନ୍ତି ରଣବୀର ସିଂହ ।ଏହି ଫିଲ୍ମ ପୂର୍ବରୁ ରିଲିଜ ହେବାକୁ ଥିବାବେଳେ କୋଭିଡ କଟକଣା ଯୋଗୁଁ ଏହାକୁ ବାରମ୍ବାର ବାତିଲ କରାଯାଇଥିଲା । ଏହି ଫିଲ୍ମ ୫ ଟି ଭାରତୀୟ ଭାଷାରେ ରିଲିଜ ହେବ । ଏଥିରେ ଦୀପିକା ପାଦୁକୋନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।