ରାଜଧାନୀରୁ କମୁଛି କରୋନା କାୟା । ଆଜି ଭୁବନେଶ୍ୱରରୁ ୮୩ ପଜିଟିଭ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୨୦୧

ଭୁବନେଶ୍ୱର ପାଇଁ ଭଲ ଖବର । ୫୦ ପ୍ରତିଶତ ଲୋକଙ୍କ ଦେହରେ ସୃଷ୍ଟି ହୋଇସାରିଛି ରୋଗ ପ୍ରତିରୋଧକ ଶକ୍ତି  । ସର୍ଭେ ରିପୋର୍ଟ ସମ୍ପର୍କରେ ସୂଚନା ଦେଲେ ଆରଏମଆରସି ନିର୍ଦେଶିକା ।

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୮୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୨୦ ଜଣ ସଂଗରୋଧ ଓ ୬୩ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୨୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର୍ୟ୍ୟନ୍ତ ୨୯ ହଜାର ୨୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୭ ହଜାର ୭୪୪ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୧ ହଜାର ୩୦୪ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୬୭ ଜଣଙ୍କର ମୃତ୍ୟୁ ହୋଇଛି।

ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ପଟିଆରୁ ୩ ଜଣ, ପୁରୁଣା ଭୁବନେଶ୍ୱର, ଆଇଆରସି ଭିଲେଜ, ବଡ଼ଗଡ଼ରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ଲକ୍ଷ୍ମୀସାଗରରୁ ୫ ଜଣ, ପୁରୁଣା ଭୁବନେଶ୍ୱର, ବିଜେବି ନଗର, ଜାଗମରାରୁ ୪ ଜଣ ଲେଖାଏଁ, ନୟାପଲ୍ଲୀରୁ ୩ ଜଣ, ମଂଚେଶ୍ୱର, ଶୈଳଶ୍ରୀ ବିହାର, ବରମୁଣ୍ଡା, ଜୟଦେବ ବିହାର, ନିଳାଦ୍ରୀ ବିହାରରୁ ୨ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe